ଖୋଳାଖୋଳି କରି ଭାଙ୍ଗି ଦେଲେ, ଆପତ୍ତି ଉଠାଇଲା ଏଏସ୍‌ଆଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରକୁ ସୌନ୍ଦର୍ଯ୍ୟକରଣ କରାଯାଉଛି। ଐତିହ୍ୟ ପ୍ରକଳ୍ପ ନାଁରେ ରାଜ୍ୟ ସରକାର କରୁଥିବା ସୌନ୍ଦର୍ଯ୍ୟକରଣ କାମକୁ ନେଇ ପ୍ରଶ୍ନ ଉଠାଇଛି ଏଏସ୍ଆଇ। ଆଉ ଅଭିଯୋଗ କରିଛି, ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ନଷ୍ଟ କରାଯାଉଛି ପ୍ରାଚୀନ କୀର୍ତ୍ତିରାଜି। ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏଏସ୍‌ଆଇର ଅନୁମତି ନେଇନାହାଁନ୍ତି। ଏନ୍‌ସିଆଣ୍ଟ ମନୁମେଣ୍ଟ ଆଣ୍ଡ ଆର୍‌କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଅନୁଯାୟୀ, ସଂରକ୍ଷିତ କୀର୍ତ୍ତୀରାଜିର ୧୦୦ ମିଟର […]

bbsr

bbsr

Manoranjan Sial
  • Published: Wednesday, 03 February 2021
  • Updated: 03 February 2021, 07:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରକୁ ସୌନ୍ଦର୍ଯ୍ୟକରଣ କରାଯାଉଛି। ଐତିହ୍ୟ ପ୍ରକଳ୍ପ ନାଁରେ ରାଜ୍ୟ ସରକାର କରୁଥିବା ସୌନ୍ଦର୍ଯ୍ୟକରଣ କାମକୁ ନେଇ ପ୍ରଶ୍ନ ଉଠାଇଛି ଏଏସ୍ଆଇ। ଆଉ ଅଭିଯୋଗ କରିଛି, ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ନଷ୍ଟ କରାଯାଉଛି ପ୍ରାଚୀନ କୀର୍ତ୍ତିରାଜି। ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏଏସ୍‌ଆଇର ଅନୁମତି ନେଇନାହାଁନ୍ତି।

ଏନ୍‌ସିଆଣ୍ଟ ମନୁମେଣ୍ଟ ଆଣ୍ଡ ଆର୍‌କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଅନୁଯାୟୀ, ସଂରକ୍ଷିତ କୀର୍ତ୍ତୀରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ହେଉଛି ରେଗୁଲେଟେଡ୍‌ ଅଞ୍ଚଳ। ସଂରକ୍ଷିତ କୀର୍ତ୍ତିରାଜି ଅଞ୍ଚଳର ୩୦୦ ମିଟର ପରିସୀମାରେ ପୁନରୁଦ୍ଧାର ଓ ମରାମତି ପାଇଁ ଅନୁମତି ନେବା ଜରୁରୀ। ତେବେ ଏକାମ୍ର କ୍ଷେତ୍ର ବିକାଶ ନାଁରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି।

ଗତ କିଛି ଦିନ ହେଲା ପୁରୁଣା ଭୁବନେଶ୍ୱରର ଶୁକଶାରୀ ମନ୍ଦିର ଚାରିପାଖରେ ଖନନ ଚାଲିଛି। ମାଟିତଳୁ ମନ୍ଦିରର ଭଗ୍ନାବଶେଷ ଓ ପ୍ରାଚୀନ କୀର୍ତ୍ତିରାଜି ମିଳିବାରେ ଲାଗିଛି। ତେବେ ଖନନ ବେଳେ ଡୋଜର ଓ ଅନ୍ୟ ଭାରି ଯାନ ମାଡ଼ରେ ବହୁ କୀର୍ତ୍ତିରାଜି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଛି ବିଶେଷଜ୍ଞ ଟିମ୍‌ ପଠାଇବାକୁ ଅନୁରୋଧ କରିଥିଲେ। ଏହାରି ଭିତରେ ଆଜି ପହଞ୍ଚିଛନ୍ତି ଏଏସ୍‌ଆଇର ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ। ସେ ଶୁକଶାରୀ ମନ୍ଦିର ଚତୁଃପାର୍ଶ୍ୱକୁ ବୁଲି ଦେଖିଛନ୍ତି। କହିଛନ୍ତି, କଣ କିର୍ତ୍ତୀରାଜି ଭାଙ୍ଗିଛି, ସେ ନେଇ ମନ୍ଦିରର ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ମ୍ୟାଚ କରାଯିବ। ତେବେ ଖନନ ପୂର୍ବରୁ କୌଣସି ଅନୁମତି ASIକୁ ମଗାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି।

ସେପଟେ ବିକାଶ ନାଁରେ ଐତିହ୍ୟର ବିନାଶ ନେଇ ଆପତ୍ତି ଉଠାଇଛି ଇନ୍‌ଟାକ। ଏହାର ସଭ୍ୟ ଅନୀଲ୍‌ ଧୀର କହିଛନ୍ତି, ବିନା ଏକ୍ସପର୍ଟ କି ସ୍ଥାନୀୟ ଲୋକଙ୍କୁ ସାମିଲ ନକରି ହେଉଥିବା ସୌନ୍ଦର୍ଯ୍ୟକରଣ ଯୋଗୁ ଷଷ୍ଠ ଓ ସପ୍ତମ ଶତାଦ୍ଦୀର ଐତିହ୍ୟ ନଷ୍ଟ ହୋଇଯାଇଛି। ଏଥିରେ ଗ୍ରାଉଣ୍ଡ ପେନେଟ୍ରେସନ ରାଡାର ଭଳି ଟେକ୍ନିକ ବ୍ୟବହାର କରି ମାଟିତଳ ଐତିହ୍ୟକୁ ସୁରକ୍ଷିତ ରଖା ଯାଇପାରିଥାନ୍ତା। ଏଥିପାଇଁ ସେ ASIକୁ ମଧ୍ୟ ଦୋଷ ଦେଇଛନ୍ତି।

ଏକାମ୍ର କ୍ଷେତ୍ର ଐତିହ୍ୟର ସୁରକ୍ଷା ପାଇଁ ଇନଟାକ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୫ଟି ପ୍ରସ୍ତାବ ଦିଆଯାଇଛି।  ଯେଉଁଥିରେ ପୁରୁଣା ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ବୈତାଳ ମନ୍ଦିର, ପାପନାଶିନୀ ମନ୍ଦିର, ଶୁକଶାରୀ ଓ ଭବାନୀଶଙ୍କର ମନ୍ଦିରକୁ ନେଇ ଐତିହ୍ୟ କରିଡର କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି। ସେପଟେ ବିକାଶ ଓ ସୌନ୍ଦର୍ଯ୍ୟକରଣ ମଧ୍ୟରେ ପ୍ରାଚୀନ କୀର୍ତ୍ତିରାଜି ଅସୁରକ୍ଷିତ ହୋଇ ପଡିଥିବା ନେଇ ଦୁଇ ଦିନ ତଳେ ରାଜ୍ୟ ବିଜେପିର ଏକ ଟିମ୍‌ ଏଏସଆଇର ଓଡ଼ିଶା ମୁଖ୍ୟଙ୍କୁ ଭେଟିବା ସହ ଏକାମ୍ର କ୍ଷେତ୍ରର ସମସ୍ତ କୀର୍ତ୍ତୀରାଜିର ସୁରକ୍ଷା ନେଇ ଦାବି ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story