ମୁହଁ ଖୋଲିବାରୁ ହୋଟେଲ ଉପରୁ ଠେଲି ଦେଲେ ଯୌନରାକ୍ଷସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱାସରେ ବିଷ। ଚାକିରି ପ୍ରଲୋଭନ ଦେଖାଇ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରତାରଣା। ଝିଆରୀଙ୍କୁ ଫସାଇଦେଲେ ନିଜ ପିଉସୀ। ଚାକିରି କରାଇ ଦେବା ନାଁରେ ଡାକି ଯୁବତୀଙ୍କୁ ଯୌନ ରାକ୍ଷସଙ୍କ ମୁହଁରେ ଛାଡ଼ିଦେଲେ। ଦୁଷ୍କର୍ମରେ ଶିକାର ହୋଇଥିବା ଯୁବତୀ ଜଣକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏନେଇ  ବାଙ୍କୀ ଥାନାରେ ଅଭିଯୋଗ ହୋଇଛି।  ଯୁବତୀଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅକୁ ନଣନ୍ଦ ଚାକିରି କରାଇ ଦେବା କହି ମାର୍ଚ୍ଚ ୨୦ରେ ଡାକିନେଥିଲେ। ଏହାରି ଭିତରେ […]

PIUSI-1

PIUSI-1

Tapas Behera
  • Published: Tuesday, 02 June 2020
  • Updated: 02 June 2020, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱାସରେ ବିଷ। ଚାକିରି ପ୍ରଲୋଭନ ଦେଖାଇ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରତାରଣା। ଝିଆରୀଙ୍କୁ ଫସାଇଦେଲେ ନିଜ ପିଉସୀ। ଚାକିରି କରାଇ ଦେବା ନାଁରେ ଡାକି ଯୁବତୀଙ୍କୁ ଯୌନ ରାକ୍ଷସଙ୍କ ମୁହଁରେ ଛାଡ଼ିଦେଲେ। ଦୁଷ୍କର୍ମରେ ଶିକାର ହୋଇଥିବା ଯୁବତୀ ଜଣକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏନେଇ  ବାଙ୍କୀ ଥାନାରେ ଅଭିଯୋଗ ହୋଇଛି।  ଯୁବତୀଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅକୁ ନଣନ୍ଦ ଚାକିରି କରାଇ ଦେବା କହି ମାର୍ଚ୍ଚ ୨୦ରେ ଡାକିନେଥିଲେ। ଏହାରି ଭିତରେ ଲକଡାଉନ୍‌ ଥିବାରୁ ଝିଅ ଆଉ ଘରକୁ ଫେରି ପାରିନଥିଲେ। ଝିଅ ପାଖରେ ଫୋନ୍ ନଥିବାରୁ ଯୋଗାଯୋଗ ହୋଇପାରୁ ନଥିଲା।

ଝିଅକୁ ନେଇଥିବା ନଣନ୍ଦଙ୍କୁ ଫୋନ୍‌ କରିବାରୁ  ସେ କହିଲେ ଝିଅ ପାଖରେ ନାହିଁ। ତେବେ ବାଧ୍ୟ କରିବାରୁ ଝିଅକୁ ସେ କିଛି ସମୟ ପାଇଁ ଫୋନ୍‌ ଦେଇଥିଲେ।  ଝିଅ କହିଥିଲେ ଯେ, ମୁଁ ଏକ ହୋଟେଲରେ ଅଛି। ଏହା ପରେ ଫୋନ୍‌ କଟିଯାଇଥିଲା। ହେଲେ ଲକଡାଉନ୍‌ ଥିବାରୁ ଝିଅକୁ ଖୋଜିବା ଅସମ୍ଭବ ହୋଇପଡ଼ିଥିଲା। ୪ ଦିନ ପୂର୍ବରୁ ହଠାତ୍‌ ଘରକୁ ଫୋନ୍ ଆସିଲା ଯେ, ଝିଅ ଏସିସିବି ମେଡିକାଲରେ ଅଛି।  ଖବର ପାଇ ପରିବାର ଲୋକେ ଏସସିବି ମେଡିକାଲରେ ପହଞ୍ଚିଥିଲେ। ଏହି ସମୟରେ ମା’ ଆଗରେ ଝିଅ ସବୁ କଥା କହିଥିଲା। ଝିଅ କହିଥିଲେ ଯେ, ତାକୁ ଡାକିନେଇଥିବା ପିଉସୀ କାମ ନଦେଇ ଏକ ହୋଟେଲରେ ରଖିଥିଲେ। ସେଠାରେ କିଛି ଯୁବକ ନିୟମିତ ତାଙ୍କ ମୁହଁରେ ଲୁଗାବିଣ୍ଡା ଦେଇ ତାଙ୍କ ସହ ଜବରଦସ୍ତ ଦୁଷ୍କର୍ମ କରନ୍ତି। ମୋତେ ସେମାନେ ଯାବତୀୟ ନିର୍ଯାତନା ଦିଅନ୍ତି। ମୁହଁ ଖୋଲିଲେ ମାରିଦେବାକୁ ଧମକ ଦେଉଥିଲେ। ମୋତେ ଭାରି କଷ୍ଟ ହେଉଥିଲେ ମୁଁ ନିରୁପାୟ ଥିଲି।

ଦିନେ ସେମାନଙ୍କ କବଳରୁ ଖସି ଆସିବା ପାଇଁ ଚେଷ୍ଟା କରିଥିଲି। ହେଲେ ପିଓସୀ ଓ ହୋଟେଲ ମାଲିକ ମିଶି ମୋତେ ଘୋସାରି ନେଇ ଛାତ ଉପରୁ ତଳକୁ ଠେଲିଦେଇଥିଲେ। ତେବେ ମୋର ଚେତା ଫେରିବା ବେଳକୁ ମୁଁ ଆସି ଏସସିବି ମେଡିକାଲରେ ଥିବା ଜାଣିବାକୁ ପାଇଥିଲି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ହସପିଟାଲକୁ ଆଣି ଭର୍ତ୍ତି କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁଙ୍କୁ ଗିରଫ ପାଇଁ ଦାବି ହୋଇଛି। ଏହି ଖବର ଲୋକଲୋଚନକୁ ଆସିବା ପରେ ତୀବ୍ରପ୍ରତିକ୍ରୀୟ ପ୍ରକାଶ ପାଇଛି। ପୀଡ଼ତାଙ୍କୁ ନ୍ୟାୟ ଦେବା ପାଇଁ ଉଠିଛି ସ୍ୱର। ଏନେଇ ଡ. ରିନା ରାଉତ୍‌ରାୟ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କଟକ ଜିଲ୍ଲାପାଳଙ୍କୁ ଟ୍ୱିଟ୍‌ କରି ଦୃଷ୍ଟି ଆକର୍ଷଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos