ସ୍ୱାମୀଙ୍କୁ ପଥରରେ ଛେଚି ମାରିଦେଲା ସ୍ତ୍ରୀ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହୁଲପଙ୍ଖା ଗାଁରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଟୁନା ବେସ୍ରା। ତାଙ୍କ ସ୍ତ୍ରୀଙ୍କ ନାଁ ଚମ୍ପା ବେସ୍ରା। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ଟୁନା ପ୍ରଥମେ ସ୍ତ୍ରୀ ଚମ୍ପାକୁ ଆକ୍ରମଣ କରିଥିଲେ। ଏହା ପରେ ଚମ୍ପା ଉତ୍‌କ୍ଷିପ୍ତ ହୋଇ ଟୁନାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି […]

deadbody

Jitendra Garnayak
  • Published: Wednesday, 17 April 2019
  • , Updated: 17 April 2019, 09:44 AM IST

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହୁଲପଙ୍ଖା ଗାଁରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକଙ୍କ ନାଁ ଟୁନା ବେସ୍ରା। ତାଙ୍କ ସ୍ତ୍ରୀଙ୍କ ନାଁ ଚମ୍ପା ବେସ୍ରା।

ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ଟୁନା ପ୍ରଥମେ ସ୍ତ୍ରୀ ଚମ୍ପାକୁ ଆକ୍ରମଣ କରିଥିଲେ। ଏହା ପରେ ଚମ୍ପା ଉତ୍‌କ୍ଷିପ୍ତ ହୋଇ ଟୁନାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଟୁନାଙ୍କର ମୃତ୍ୟୁ ଘଟିଥିଲା। ଚମ୍ପାଙ୍କର ଚିକିତ୍ସା ଚାଲିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story