ରାତି ଅଧରେ ସ୍ୱାମୀକୁ ହାଣି ସ୍ତ୍ରୀ ଫେରାର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଯାହାପାଇଁ ଶଙ୍ଖା ସିନ୍ଦୁର ପିନ୍ଧୁଥିଲା। ନବବଧୂ ବେଶରେ ସଜେଇ ହେଉଥିଲା। କୌଣସି କଥା ପାଇଁ ସେହି ସ୍ୱାମୀକୁ ରାତି ଅଧରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟ ସିଂ ଭୋଇ। ଘଟଣା ପରେ ଅଭିଯୁକ୍ତ ସ୍ତ୍ରୀ ଯଶୋଦା ଭୋଇ ଫେରାର ହୋଇଯାଇଛି। ଦିବ୍ୟଙ୍କୁ ୪୦ ବର୍ଷ ହୋଇଥିଲା। ଗତକାଲି ରାତିରେ […]

dead

  • Published: Saturday, 22 October 2022
  • , Updated: 22 October 2022, 01:18 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଯାହାପାଇଁ ଶଙ୍ଖା ସିନ୍ଦୁର ପିନ୍ଧୁଥିଲା। ନବବଧୂ ବେଶରେ ସଜେଇ ହେଉଥିଲା। କୌଣସି କଥା ପାଇଁ ସେହି ସ୍ୱାମୀକୁ ରାତି ଅଧରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟ ସିଂ ଭୋଇ। ଘଟଣା ପରେ ଅଭିଯୁକ୍ତ ସ୍ତ୍ରୀ ଯଶୋଦା ଭୋଇ ଫେରାର ହୋଇଯାଇଛି। ଦିବ୍ୟଙ୍କୁ ୪୦ ବର୍ଷ ହୋଇଥିଲା।

ଗତକାଲି ରାତିରେ ଦିବ୍ୟ ଘରେ ଶୋଇଥିଲେ। ଏହି ସମୟରେ ଯଶୋଦା ଏକ ଧାରୁଆ ଅସ୍ତ୍ର ଆଣି ଦିବ୍ୟଙ୍କୁ ହାଣି ହତ୍ୟା କରିଥିଲେ। ଦିବ୍ୟଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ। ଯଶୋଦା ଦିବ୍ୟ ଶୋଇଥିବା ରୁମ୍‌ରୁ ବାହାରକୁ ଦୌଡ଼ି ପଳାଇଥିଲେ। ଦିବ୍ୟଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା   ପରିବାର ଲୋକେ ଦେଖି ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଦିବ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାପରେ ଯଶୋଦା ଫେରାର ହୋଇଯାଇଥିଲେ। କେଉଁ କାରଣ ପାଇଁ ଯଶୋଦା ଦିବ୍ୟଙ୍କୁ ହତ୍ୟା କଲେ ଜଣାପଡ଼ିନାହିଁ।  ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story