ପେଟ୍ରୋଲ୍‌ ଢ଼ାଳି ବୋହୂ ଦେହରେ ନିଆଁ ଲଗାଇଦେଲେ!

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଶାଶୁ ଘର ଲୋକ ପେଟ୍ରୋଲ୍‌ ଢ଼ାଳି ବୋହୂ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଆସିଛି। ନିଆଁ ଜଳୁଥିବା ବୋଧୂଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗୋକୁଳପୁର ହରିଜନ ସାହିର ଭିକାରୀ ଜେନାଙ୍କ ପୁଅ ଅଜୟ କେନ୍ଦ୍ରାପଡା ଜିଲ୍ଲାର ଲିଜାଙ୍କୁ ପ୍ରେମ ବିବାହ କରିଥିଲେ। ଏବେ ତାଙ୍କର ୫ ବର୍ଷର ଝିଅଟିଏ ରହିଛି। ପାରିବାରିକ […]

tangi

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 08:59 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଶାଶୁ ଘର ଲୋକ ପେଟ୍ରୋଲ୍‌ ଢ଼ାଳି ବୋହୂ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଆସିଛି। ନିଆଁ ଜଳୁଥିବା ବୋଧୂଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗୋକୁଳପୁର ହରିଜନ ସାହିର ଭିକାରୀ ଜେନାଙ୍କ ପୁଅ ଅଜୟ କେନ୍ଦ୍ରାପଡା ଜିଲ୍ଲାର ଲିଜାଙ୍କୁ ପ୍ରେମ ବିବାହ କରିଥିଲେ। ଏବେ ତାଙ୍କର ୫ ବର୍ଷର ଝିଅଟିଏ ରହିଛି। ପାରିବାରିକ ସଂସାର ପ୍ରାୟତଃ ଠିକ୍‌ଠାକ୍‌ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍‌ କୌଣସି କଥାକୁ ନେଇ ଅଜୟ ଓ ତାଙ୍କ ବଡ଼ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଦୁଇ କାମରେ ବାହାରକୁ ଚାଲି ଯାଇଥିଲେ।

ଅପରାହ୍ନ ପ୍ରାୟ ୩ଟା ବେଳେ ସକାଳେ ଘଟିଥିବା ପାଟିତୁଣ୍ଡକୁ ନେଇ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ଶାଶୁ ଘର ଲୋକ ଲିଜାଙ୍କୁ ଗାଳି ଦେଇଥିଲେ। ପରେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଲିଜାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଅଜୟଙ୍କୁ ଫୋନ୍‌ କରିଥିଲେ। ଅଜୟ ଘରେ ପହଞ୍ଚି ଲିଜାଙ୍କ ଦେହରେ ଜଳୁଥିବା ନିଆଁ ଲିଭାଇ ଥିଲେ। ପରେ ଏନେଇ ଟାଙ୍କୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅମ୍ୱୁଲାନ୍ସରେ ଲିଜାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।

Related story