ବଧୂ ସାଜି କୁଳଦୀପ ଜାଳିବାକୁ ଆସିଥିଲେ, ହେଲେ ଆଜି ସେ ଜୁଈର ଚିତା

ଭଦ୍ରକ (ପାର୍ଥସାରଥୀ ନାୟକ): ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି କେବେ ବଧୂ ସାଜିଥିଲେ ସୁପ୍ରିୟା। ହେଲେ ଆଜି ସେ ଜୁଈର ଚିତା। ଯୌତୁକ ଜୁଈରେ ଜଳିଗଲେ। ସାତ ଜନମର ସ୍ୱପ୍ନ ଏଇ ଜନମରେ ପାଉଁଶ ହୋଇଗଲା। ଏବେ ଝିଅକୁ ହରାଇ ବାପା, ମାଆ ଓ ଆତ୍ମୀୟସ୍ୱଜନ ବାହୁନି ହେଉଛନ୍ତି। ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବାହାରପାଳ ଗାଁରେ ଘଟିଛି। ପ୍ରତାପ ପାଢ଼ୀ ଚଳିତବର୍ଷ ଫେବୃଆରୀରେ ତିହିଡି ଥାନା ଅନ୍ତର୍ଗତ ଶଙ୍ଖିଡା […]

Bhadrak

Manoranjan Sial
  • Published: Tuesday, 12 July 2022
  • , Updated: 12 July 2022, 10:05 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି କେବେ ବଧୂ ସାଜିଥିଲେ ସୁପ୍ରିୟା। ହେଲେ ଆଜି ସେ ଜୁଈର ଚିତା। ଯୌତୁକ ଜୁଈରେ ଜଳିଗଲେ। ସାତ ଜନମର ସ୍ୱପ୍ନ ଏଇ ଜନମରେ ପାଉଁଶ ହୋଇଗଲା। ଏବେ ଝିଅକୁ ହରାଇ ବାପା, ମାଆ ଓ ଆତ୍ମୀୟସ୍ୱଜନ ବାହୁନି ହେଉଛନ୍ତି। ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବାହାରପାଳ ଗାଁରେ ଘଟିଛି।

ପ୍ରତାପ ପାଢ଼ୀ ଚଳିତବର୍ଷ ଫେବୃଆରୀରେ ତିହିଡି ଥାନା ଅନ୍ତର୍ଗତ ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବାହାଘର ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଦିଆଯାଇଥିଲା ଯାନି ଯୌତୁକ। ବିବାହକୁ ନେଇ ବେଶ୍‌ ଖୁସି ଥିଲେ ସୁପ୍ରିୟା। ମାତ୍ର ତାଙ୍କର ଏହି ଖୁସି ବେଶୀ ଦିନ ତିଷ୍ଠି ପାରିନଥିଲା। ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା। ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଘର ଚାରି କାନ୍ଥ ଭିତରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ବାପଘର ଲୋକଙ୍କୁ କାଳେ କହିଦେବେ ସୁପ୍ରିୟା, ସେଥିପାଇଁ ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇ ଶାଶୂଘର ଲୋକ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ତଥାପି ସାହି ପଡ଼ିଶାଙ୍କଠାରୁ ଖବର ପାଇଁ ବାପଘର ଲୋକ ସୁପ୍ରିୟାଙ୍କ ଶାଶୁ ଘରେ ପହଞ୍ଚି ବୁଝାବୁଝି କରିଥିଲେ।

ମଙ୍ଗଳବାର ବୁଦ୍ଧିରାମଙ୍କ ପାଖକୁ ଗୋଟିଏ ଫୋନ୍‌ କଲ ଯାଇଥିଲା। ସୁପ୍ରିୟା ତିହିଡି ମେଡିକାଲରେ ଭର୍ତ୍ତି ହୋଇଥିବା ଶାଶୂଘର ଲୋକ କହିଥିଲେ। ଏକଥା ଶୁଣିବା ପରେ ସୁପ୍ରିୟାଙ୍କ ବାପଘର ଲୋକେ ହତବାକ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ମେଡିକାଲ୍‌ରେ ପହଞ୍ଚି ଥିଲେ। ସେତେବେଳକୁ ଅଫେରା ପଥର ପଥିକ ହୋଇ ସାରିଥିଲେ ସୁପ୍ରିୟା। ଯେତେ ଡାକିଲେ ମଧ୍ୟ ଜବାବ ଦେଇନଥିଲେ। ମେଡିକାଲ୍‌ ବେଡ୍‌ରେ ଚୁପ୍‌ଚାପ ହୋଇ ଶୋଇଥିଲେ। ଏହି ନିରବତା ଭିତରେ ହଠାତ୍‌ କିଏ ଜଣେ କହିଲେ, ସୁପ୍ରିୟା ଶୋଇବା ଘରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି।

ଶାଶୂଘର ଲୋକଙ୍କ ଏପରି କଥାକୁ ବିଶ୍ୱାସ କରିପାରିଲେନି ସୁପ୍ରିୟାଙ୍କ ବାପଘର ଲୋକ। ଆଉ ଆଣିଲେ ସଙ୍ଗୀନ ଅଭିଯୋଗ। ସୁପ୍ରିୟାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି। ସୁପ୍ରିୟାଙ୍କ ବାପା ବୁଦ୍ଧିରାମ ପାଢୀଙ୍କ ଅଭିଯୋଗ କ୍ରମେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳକୁ ପଠାଇ ଦେଇଛି। ଏହି ମାମଲାରେ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା ଚରୁଛି ପୁଲିସ।

Related story