ଭାଇ ପ୍ରେମ କରି ନେଇଗଲା, ଭଉଣୀକୁ ଗାଁ ଦାଣ୍ଡରେ...

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଭାଇ ପ୍ରେମ କରି ପଡ଼ୋଶୀ ଘରର ଝିଅକୁ ନେଇଗଲେ ବୋଲି ବଳି ପଡ଼ିଗଲେ ବିଧବା ଭଉଣୀ! ତାଙ୍କୁ ଘରୁ ଟାଣି ଆଣି ଅତି ବୀଭତ୍ସଭାବେ ଦାଣ୍ଡରେ ପକିନିକିରେ ହାଣିଲେ। ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ୱିତ ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ତିନି ଜଣ […]

Redhakhol

Redhakhol

Manoranjan Sial
  • Published: Monday, 06 September 2021
  • Updated: 06 September 2021, 10:33 PM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଭାଇ ପ୍ରେମ କରି ପଡ଼ୋଶୀ ଘରର ଝିଅକୁ ନେଇଗଲେ ବୋଲି ବଳି ପଡ଼ିଗଲେ ବିଧବା ଭଉଣୀ! ତାଙ୍କୁ ଘରୁ ଟାଣି ଆଣି ଅତି ବୀଭତ୍ସଭାବେ ଦାଣ୍ଡରେ ପକିନିକିରେ ହାଣିଲେ। ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ୱିତ ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ତିନି ଜଣ ନାବାଳକ ଅଛନ୍ତି।

ଲଇଣ୍ଡାମାଳ ଗାଁର ବନୀତା ମିର୍ଦ୍ଧା। ଗତବର୍ଷ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଛୋଟ ପୁଅ ସହ ଘରେ ରହୁଥିଲେ। କାମଦାମ କରି ଦୁଃଖକଷ୍ଟରେ ଚଳୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଭାଇ ତାଙ୍କ ଘରକୁ ଯା’ଆସ କରୁଥିଲେ। ଏହାରି ଭିତରେ ସେ (ବନୀତାଙ୍କ ଭାଇ) ପଡ଼ୋଶୀଙ୍କ ଝିଅକୁ ମନ ଦେଇ ବସିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କୁ ପ୍ରେବ ବିବାହ କରିଥିଲେ। ଯେଉଁଥିପାଇଁ ଉଭୟ ପରିବାର ଭିତରେ ଶତ୍ରୁତା ଲାଗି ରହିଥିଲା। ମଝିରେ ମଝିରେ କଥା କଥାରେ ପାଟିତୁଣ୍ଡ ହେଉଥିଲା। ବନୀତାଙ୍କୁ ତାଙ୍କ ପଡ଼ୋଶୀ ବିନା କାରଣରେ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି।

ରବିବାର ସନ୍ଧ୍ୟାରେ ସ୍ଥିତି ବିଗିଡ଼ି ଯାଇଥିଲା। ବନୀତାଙ୍କ ସହିତ ତାଙ୍କ ପଡ଼ୋଶୀଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ରାତିରେ ବନୀତା ତାଙ୍କ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ୪ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ତା’ପରେ ତାଙ୍କୁ ଘର ବାହାରକୁ ଉଠାଇ ଆଣିଥିଲେ। ପରେ ବନୀତାଙ୍କୁ ତାଙ୍କ ଘର ସମ୍ମୁଖରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପ୍ରଥମେ ବନୀତାଙ୍କୁ ପନିକିରେ ହାଣିଥିଲେ। ତା’ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ମୃତଦେହ ଦେଖି ପଡ଼ୋଶୀ ବନୀତାଙ୍କ ବାପ ଘରକୁ ଖବର ଦେଇଥିଲେ। ବାପ ଘର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ସାଇଣ୍ଟିଫିକ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ କହିଛି।

ସେପଟେ ପୁଲିସ ଏହି ମାମଲାରେ ଗୋଟିଏ ପରିବାରର ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ଜଣେ ବ୍ୟୟସ୍କ ବ୍ୟକ୍ତି ଥିବା ବେଳେ ଅନ୍ୟ ୩ ଜଣ ନାବାଳକ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos