ଗ୍ୟାସ୍‌ ସିଲିଣ୍ଡର ଫାଟି ମା’ ଓ ପୁଅଝିଅ ମୃତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚମ୍ପା ମେହେର (୪୨) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)। ସୂଚନାଯୋଗ୍ୟ,  ଧର୍ମଗଡ଼ ନିକଟ ଥନଟ ଗାଁର ଅଜିତ୍ ମେହେରଙ୍କ ପତ୍ନୀ ଆଜି ସକାଳେ ରୋଷେଇ କରୁଥିଲେ। ଏହି ସମୟରେ ୫ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ଯାଇ ବିସ୍ଫୋରଣ ହୋଇଥିଲା। […]

fire

Jyoshna Pradhan
  • Published: Wednesday, 14 November 2018
  • , Updated: 14 November 2018, 01:47 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚମ୍ପା ମେହେର (୪୨) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)।

ସୂଚନାଯୋଗ୍ୟ,  ଧର୍ମଗଡ଼ ନିକଟ ଥନଟ ଗାଁର ଅଜିତ୍ ମେହେରଙ୍କ ପତ୍ନୀ ଆଜି ସକାଳେ ରୋଷେଇ କରୁଥିଲେ। ଏହି ସମୟରେ ୫ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ଯାଇ ବିସ୍ଫୋରଣ ହୋଇଥିଲା। ଏଥିରେ ମାଆ ଓ ଦୁଇ ପୁଅ ଝିଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ତେବେ ତାଙ୍କ ବଡ଼ ଝିଅ ଘଟଣା ସମୟରେ ଗାଧୋଇବାକୁ ଯାଇଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଛନ୍ତି। ଏହାସହ ତାଙ୍କ ବାପା ବହି ବିକ୍ରି କରିବାକୁ ହାଟକୁ ଯାଇଥିବାରୁ ଘରେ ନଥିଲେ।

Related story