ପ୍ରେମିକ ଆତ୍ମହତ୍ୟା କରିବା ପରେ ବନ୍ଧା ହେଲେ ପ୍ରେମିକା

ନୂଆପଡ଼ା (ମାୟାଧର ସରାଫ୍): ପ୍ରେମିକ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିବା ପରେ ପ୍ରେମିକାଙ୍କୁ ଗିରଫ କରିଛି ପୁଲିସ୍। ଏ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଥାନା ଅଞ୍ଚଳରେ। ପ୍ରେମିକଙ୍କୁ ଧୋକା ଦେବା, ବାରମ୍ବାର ବ୍ଲାକ୍‌ମେଲ୍‌ କରିବା ଓ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପୁଲିସ୍ ପ୍ରେମିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ନାଁ ଶୁଭମ୍ ତାଣ୍ଡି। ତାଙ୍କ ପ୍ରେମିକାଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ତେବେ […]

policestation

policestation

Jitendra Garnayak
  • Published: Friday, 10 May 2019
  • Updated: 10 May 2019, 11:36 AM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ପ୍ରେମିକ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିବା ପରେ ପ୍ରେମିକାଙ୍କୁ ଗିରଫ କରିଛି ପୁଲିସ୍। ଏ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଥାନା ଅଞ୍ଚଳରେ।

ପ୍ରେମିକଙ୍କୁ ଧୋକା ଦେବା, ବାରମ୍ବାର ବ୍ଲାକ୍‌ମେଲ୍‌ କରିବା ଓ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପୁଲିସ୍ ପ୍ରେମିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ନାଁ ଶୁଭମ୍ ତାଣ୍ଡି। ତାଙ୍କ ପ୍ରେମିକାଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ତେବେ ପ୍ରେମିକା ଜଣଙ୍କ ତାଙ୍କୁ ଧୋକା ଦେଉଥିଲେ। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଜିନିଷ ଆଣି ଦେବାକୁ କହୁଥିଲେ। ଶୁଭମ୍ ମନା କଲେ ଆଉ ସଂପର୍କ ରଖିବେନି ବୋଲି କହି ବ୍ଲାକ୍‌ମେଲ୍‌ କରୁଥିଲେ। ନିକଟରେ ସେ ଶୁଭମ୍‌ଙ୍କୁ ଏକ ଆଇଫୋନ୍‌ କିଣି ଦେବାକୁ କହିଥିଲେ। ତେବେ ଶୁଭମ୍ ମନା କରି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ଆଉ ତାଙ୍କ ସହିତ ସମ୍ପର୍କ ନ ରଖିବାକୁ ଧମକ ଦେଇଥିଲେ। ଏହା ସହିତ ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

ଖଡ଼ିଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠୀ କହିଛନ୍ତି,“ତଦନ୍ତରୁ ଜଣାପଡ଼ିଥିଲା ଯେ, ଯୁବତୀ ଜଣଙ୍କ ତାଙ୍କୁ ବାରମ୍ବାର ଧୋକା ଦେଇଥିଲେ। ବହୁ ସମୟରେ ସେ ତାଙ୍କ ସହିତ ସଂପର୍କ ନ ରଖିବାର ବାହାନା କରିଥିଲେ। ତେଣୁ ଶେଷରେ ପୁଅଟି ହତାଶ ହୋଇ ଆତ୍ମହତ୍ୟା କରିଛି।”

ସେ କହିଛନ୍ତି,“ଘଟଣାର ତଦନ୍ତ ପାଇଁ ମୋବାଇଲ୍ ଫୋନ୍ ସିଜ୍ କରାଯାଇଥିଲା। ଘଟଣା ଦିନ ହ୍ୱାଟ୍‌ସପ୍‌ରେ ସେମାନଙ୍କ ମଧ୍ୟରେ ଯେଉଁ ଚାଟିଂ ହୋଇଥିଲା, ତାକୁ ଆମେ ତର୍ଜମା କରିଥିଲୁ। ସେଥିରେ ଯୁବତୀ ଜଣଙ୍କ ତାଙ୍କୁ ଧମକ ଦେଇଥିଲେ। ସେ ଆଇଫୋନ୍‌ ଡିମାଣ୍ଡ କରିଥିବା କଥା ବି ସେଥିରେ ଉଲ୍ଲେଖ ଥିଲା। ଯୁବତୀଙ୍କ ବିରୋଧ ଆଇପିସି ଧାରା ୩୦୬ ଓ ୨୦୧ରେ ପ୍ରମାଣ ମିଳିବାରୁ ଆମେ ତାଙ୍କୁ ଗିରଫ କରିଥିଲୁ।”

ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos