ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଆଜି ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ଜଣେ ଲୁଟେରା ତାଙ୍କଠାରୁ ଚେନ୍ ଓ ସୁନା ଚୁଡ଼ି ନେଇଯିବା ସହିତ ତାଙ୍କ ମୁଣ୍ଡକୁ ଇଟାରେ ଶକ୍ତ ପ୍ରହାର ଦେଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି।
ଆହତ ମହିଳାଙ୍କ ନାଁ ନମିତା ଦାସ। ସେ ରାଉରକେଲାର ଇଣ୍ଡୋ ଇଂଲିଶ ସ୍କୁଲ୍ ନିକଟରେ ରହନ୍ତି। ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ଚାଲି ଚାଲି ଡାକ୍ତରଙ୍କ ପାଖକୁ ଯାଉଥିବା ବେଳେ ଓରାମ ପଡ଼ା ନିକଟରେ ଦୁର୍ବୃତ୍ତ ଜଣକ ତାଙ୍କୁ ଅଟକାଇ ଥିଲା ଏବଂ ତାଙ୍କଠାରୁ ଚେନ୍ ଓ ଚୁଡ଼ି ନେଇଯିବାକୁ ପ୍ରୟାସ କରିଥିଲା। ନମିତା ପ୍ରତିରୋଧ କରିଥିଲେ। ଦୁର୍ବୃତ୍ତ ଜଣକ ଚେନ୍ ଟେଣି ନେବା ପରେ ସୁନା ଚୁଡ଼ି ନେବା ପାଇଁ ତାଙ୍କ ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲା। ନମିତା ଆହତ ହୋଇ ତଳେ ପଡ଼ିଯିବା ପରେ ସେ ତାଙ୍କ ହାତରୁ ସୁନା ଚୁଡ଼ି ଧରି ଫେରାର ହୋଇଯାଇଥିଲା। ସେ ବାଇକ୍ରେ ଆସିଥିଲା ବୋଲି ଜଣାପଡ଼ିଛି।
ଉଦିତ ନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ
ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।
Accident
କଲଭର୍ଟରେ ପିଟି ହୋଇ ଓଲଟିଲା ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍; ୨ ଗୁରୁତର
ଆଜି ସକାଳେ ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ବିନିକାରୁ ସୋନପୁର ଅଭିମୁଖେ ଯାଉଥିଲା।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।