‘ରେପ୍‌ ହୋଇଛି , ବାଙ୍କୀ ପୁଲିସ କହୁଛି କଥା ବଦଳାଅ’

ବାଙ୍କି(ଓଡ଼ିଶା ରିପୋର୍ଟର): ରକ୍ଷକ ସାଜିଛି ଭକ୍ଷକ। ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ନିଆଁ ଲିଭି ନଥିଲା ବେଳେ ଏବେ ପୁଣି ପୁଲିସ ବିରୋଧରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଯୌନ ପୀପାସୁମାନେ ମାନବିକତାର ସବୁ ସୀମା ଲଂଘିଯାଇଥିବା ବେଳେ ମାମଲାକୁ ଚାପିଦେବା ପାଇଁ ପୁଲିସ ପଛାଇ ନାହିଁ। ବାଙ୍କୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ପୁଲିସ ତାଙ୍କୁ ମାଡ଼ ମାରିବା ସହ କଥା ବଦଳାଇବା ପାଇଁ […]

5321

Tapas Behera
  • Published: Tuesday, 05 November 2019
  • , Updated: 05 November 2019, 07:39 PM IST

ବାଙ୍କି(ଓଡ଼ିଶା ରିପୋର୍ଟର): ରକ୍ଷକ ସାଜିଛି ଭକ୍ଷକ। ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ନିଆଁ ଲିଭି ନଥିଲା ବେଳେ ଏବେ ପୁଣି ପୁଲିସ ବିରୋଧରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଯୌନ ପୀପାସୁମାନେ ମାନବିକତାର ସବୁ ସୀମା ଲଂଘିଯାଇଥିବା ବେଳେ ମାମଲାକୁ ଚାପିଦେବା ପାଇଁ ପୁଲିସ ପଛାଇ ନାହିଁ। ବାଙ୍କୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ପୁଲିସ ତାଙ୍କୁ ମାଡ଼ ମାରିବା ସହ କଥା ବଦଳାଇବା ପାଇଁ ଚାପ ପକାଇଛି। ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦୁଷ୍କର୍ମ ପୀଡ଼ିତା।

ଅପହରଣରୁ ଉଦ୍ଧାର ପରେ ଯୁବତୀ ଜଣକ ଏମିତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କଥା ବଦଳାଇବାକୁ କହି ପୋଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ୨ ଦିନ ତଳେ  ଅପହୃତ ହୋଇ ପରେ ଉଦ୍ଧାର ହୋଇଥିଲେ। ଅଭିଯୋଗ ଅନୁଯାୟୀ, ପାଣି ପାଇଁ ଯିବା ବେଳେ ୫ ଜଣ ଜବରଦସ୍ତ ତାଙ୍କୁ ବିଲ ମଝିକୁ ଉଠାଇ ନେଇଥିଲେ।  ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ଘୋଷାଡ଼ି ଘୋଷାଡ଼ି ରେପ୍‌ କରିଥିଲେ। ପରେ  ଯୁବକମାନେ ଯୁବତୀଙ୍କୁ ଭୁବନେଶ୍ୱର ନେଇଯାଇଥିବା ବେଳେ ସେଠାରୁ ଟ୍ରେନ୍‌ରେ ସୁରଟ ନେବାକୁ ଯୋଜନା କରିଥିଲେ।

ସେମାନେ ପ୍ରଥମେ ଏକ ଅଟୋରେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ଭୁବନେଶ୍ୱରରୁ ଜଟଣୀ ଷ୍ଟେସନ ଅଭିମୁଖେ ଯାଇଥିଲେ । ରାସ୍ତାରେ ଅଟୋରୁ ଉକ୍ତ ଯୁବକମାନେ କିଛି ସମୟ ପାଇଁ ଓହ୍ଲାଇ ଅଳ୍ପ ଦୂରକୁ ଯାଇଥିଲେ। ଯୁବତୀଙ୍କ ଏପରି ଅବସ୍ଥା ଦେଖି ଆଉ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଉଦ୍ଧାର କରି  ନିକଟରେ ଥିବା ତାଙ୍କ ମାମୁଁ ଘରେ ଛାଡ଼ି ଦେଇଥିଲେ। ଏହାରି ଭିତରେ ପରିବାର ଲୋକେ ଯୁବତୀଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଯୁବତୀଙ୍କୁ ମାମୁଁ ଘରୁ ଆଣି ଥାନାରେ ତାଙ୍କୁ ସେମିତି କିଛି ହୋଇନି ବୋଲି କହିବାକୁ କହି ମାଡ଼ ମାରିଥିବା ପୀଡ଼ିତା କହିଛନ୍ତି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Related story