ସରପଞ୍ଚଙ୍କୁ ପ୍ରେମ ରୋଗ, ସଂପର୍କ ରଖିଲେ ମିଳିବ ଘର!

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଗରିବ ଓ ଅସହାୟଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଛନ୍ତି ସରକାର। ହେଲେ ଏହି ଯୋଜନାରେ ସାମିଲ ହେବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ଜଣେ ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରୁ। ମଦନପୁର-ରାମପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କର ପରିବାର କେହିଲେ କେହି ନାହାନ୍ତି। ତାଙ୍କର ଘର ଭାଙ୍ଗି ଯାଇଥିଲା। ଏ ସେଥିପାଇଁ ସେ […]

kalahandi

kalahandi

Manoranjan Sial
  • Published: Wednesday, 18 November 2020
  • Updated: 18 November 2020, 07:43 PM IST

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଗରିବ ଓ ଅସହାୟଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଛନ୍ତି ସରକାର। ହେଲେ ଏହି ଯୋଜନାରେ ସାମିଲ ହେବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ଜଣେ ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରୁ।

ମଦନପୁର-ରାମପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କର ପରିବାର କେହିଲେ କେହି ନାହାନ୍ତି। ତାଙ୍କର ଘର ଭାଙ୍ଗି ଯାଇଥିଲା। ଏ ସେଥିପାଇଁ ସେ ପଞ୍ଚାୟତ ଅଫିସକୁ ଗୁହାରି କରିବାକୁ ଯାଇଥିଲେ। ପଞ୍ଚାୟତ ଅଫିସ୍‌ରେ ଉପସ୍ଥିତ ଥିବା ବିଜେଡି ସମର୍ଥିତ ସରପଞ୍ଚ ରମେଶ ସାହୁ ମହାଶୟ ଫର୍ମପୂରଣ କରିବାକୁ କହିଥିଲେ। ଯୁବତୀ ଜଣକ ଫର୍ମ ପୂରଣ କରି ଆସିଥିଲେ। ତେବେ ପଞ୍ଚାୟତ ଅଫିସରୁ ବାହାରିବା ସମୟରେ ସରପଞ୍ଚ ତାଙ୍କଠାରୁ ଫୋନ୍‌ ନମ୍ୱର ମାଗି ରଖିଥିଲେ।

କିଛି ଦିନରେ ସରପଞ୍ଚର ମହାଶୟ ଯୁବତୀଙ୍କ ପାଖକୁ ଫୋନ୍‌ କରି ପ୍ରେମ ନିବେଦନ କରିଥିଲେ। ଶାରୀରିକ ସମ୍ପର୍କରେ ରଖିଲେ ଆବାସ ଯୋଜନାରେ ଘର ଓ ପଇସା ଦେବି ବୋଲି ସରପଞ୍ଚ କହିଥିବା ଅଭିଯୋଗ ହୋଇଛି। ଏପରିକି ଥରେ କେହି ନଥିବାର ସୁଯୋଗ ନେଇ ସରପଞ୍ଚ ଘରକୁ ଆସି ବଳାତ୍କାର ଉଦ୍ୟମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା।

ପୀଡ଼ିତା ଏନେଇ ମଦନପୁର ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି। କେସିଙ୍ଗା ଏସ୍‌ଡିପି ଓ ନିଜେ ଘଟଣାର ତଦନ୍ତ କରୁଛନ୍ତି।

ସେପଟେ ସାଲେପାଲି ସରପଞ୍ଚ କିନ୍ତୁ ଏସବୁ ଘଟଣାକୁ ଅସ୍ୱୀକାର କରିବା ସହ ତାଙ୍କ ବିରୋଧରେ ଏହା ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos