ବର୍ଦ୍ଦିରେ ଛିଟା: ପ୍ରେମିକାକୁ ବ୍ଲାକମେଲିଂ କରି ବନ୍ଧା ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଦ୍ଦିରେ ଛିଟା। କେତେବେଳେ ଯୁବତୀଙ୍କୁ  ଲଭ ସେକ୍ସ ଧୋକା ତ’ ପୁଣି କେତେବେଳେ ବ୍ଲାକମେଲିଂ । ଗତକାଲି ଜଣେ ବିଏସଏଫ ଯବାନଙ୍କ ବିରୋଧରେ ଏଭଳି ସଙ୍ଗିନ୍ ଅଭିଯୋଗ ପରେ ମହିଳା ପୁଲିସ ତାଙ୍କୁ ଗିରଫ କରିଛି।  ପ୍ରଥମେ ପ୍ରେମ ଓ ପ୍ରତାରଣା ପରେ ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ ଅଭିଯୋଗରେ ମନୋଜ ମହାକୁଡ ନାମକ ବିଏସଏଫ ଯବାନଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।  ତିନିବର୍ଷ ଧରି ଯୁବତୀଙ୍କ ସହ ସଂପର୍କ ରଖିଥିଲେ। ହେଲେ ନିଜେ […]

p-90987

Tapas Behera
  • Published: Monday, 24 February 2020
  • , Updated: 24 February 2020, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଦ୍ଦିରେ ଛିଟା। କେତେବେଳେ ଯୁବତୀଙ୍କୁ  ଲଭ ସେକ୍ସ ଧୋକା ତ’ ପୁଣି କେତେବେଳେ ବ୍ଲାକମେଲିଂ । ଗତକାଲି ଜଣେ ବିଏସଏଫ ଯବାନଙ୍କ ବିରୋଧରେ ଏଭଳି ସଙ୍ଗିନ୍ ଅଭିଯୋଗ ପରେ ମହିଳା ପୁଲିସ ତାଙ୍କୁ ଗିରଫ କରିଛି।  ପ୍ରଥମେ ପ୍ରେମ ଓ ପ୍ରତାରଣା ପରେ ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ ଅଭିଯୋଗରେ ମନୋଜ ମହାକୁଡ ନାମକ ବିଏସଏଫ ଯବାନଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।  ତିନିବର୍ଷ ଧରି ଯୁବତୀଙ୍କ ସହ ସଂପର୍କ ରଖିଥିଲେ। ହେଲେ ନିଜେ ବିବାହିତ ବୋଲି ଲୁଚାଇଥିଲେ।

ସମ୍ପୃକ୍ତ ଯବାନ ଜଣଙ୍କ ବିବାହିତ ବୋଲି ଯୁବତୀ ଜାଣିବା ପରେ ବିବାହ କଥା ଉଠାଇଥିଲେ।  ଆଉ ତାପରେ ଧରାଛୁଆଁ ଦେଇନଥିଲେ ଯବାନ।  ଏପଟେ ଯୁବତୀ ଜଣଙ୍କୁ ଧମକ ସହ  ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ କରୁଥିଲେ ଯବାନ ।

ଯୁବତୀ ଜଣକ କହିଛନ୍ତି ଯେ,  “ମୋତେ ସେ ମନ୍ଦିରରେ ବିବାହ କରିଥିଲେ। ମିଛ ପ୍ରତିଶ୍ରୁତି ଦେଇ ମୋ ଠାରୁ ଟଙ୍କା ନେଇଛନ୍ତି। ମୋତେ ବ୍ଲାକ୍‌ମେଲିଂ କରିଛନ୍ତି ଓ ଠକିଛନ୍ତି। ତାଙ୍କ କହିବା ଅନୁଯାୟୀ, ମିଠା ମିଠା କଥା କହି ମନ ମୋହିନେଲେ। ପ୍ରେମରେ ପଡ଼ିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଛଳନା କଲେ।  ଆଉ ଏବେ ଧରା ଛୁଆଁ ଦେଉ ନାହାନ୍ତି। ବିବାହ ନାଁ ଧରିଲେ ନାନା ବାହାନା କରି ସମୟ ଗଡ଼ାଇ ଚାଲୁଛନ୍ତି। ଏମିତିକି ହତ୍ୟା ପାଇଁ ଧମକ ଦେବାରୁ ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଥିଲେ।  ଏପଟେ ଘଟଣାକୁ ଯବାନ ଜଣଙ୍କ ଖଣ୍ଡନ କରିଛନ୍ତି।

Related story