ଏକାଠି ଆର ପାରିକୁ ଚାଲିଗଲେ ସାତ ଜନମର ସାଥୀ

ବାଲେଶ୍ୱର (ରଞ୍ଜିତ ପାକଳ): ବେଦୀରେ ହାତଗଣ୍ଠି ପଡ଼ିଲା ବେଳେ ଭଲ ପାଇବାର ରାଣ ଖାଇଥିଲେ। ଜୀବନର ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କେହି କାହାର ହାତ ଛାଡ଼ିବେନି ବୋଲି ପଣ କରିଥିଲେ। ଆଉ ସାତଜନମର ସାଥୀ ହୋଇ ଚାଲିବା ପାଇଁ ପ୍ରତିଜ୍ଞା ନେଇଥିଲେ। ହେଲେ ହୋମ ନିଆଁକୁ ସାକ୍ଷୀ ରଖି ଏମିତି ପରସ୍ପରକୁ କଥା ଦେଉଥିବା ସବୁ ସ୍ୱାମୀ-ସ୍ତ୍ରୀ ସତରେ କଣ ଏକାଠି ଆରପାରିକୁ ଯାଇପାରନ୍ତି? କଥାଟି ଶୁଣିବାକୁ ଯେତେ ଦୁଃଖଦ ଓ କରୁଣ ଲାଗୁଥିଲେ […]

balasore

balasore

Manoranjan Sial
  • Published: Thursday, 03 October 2019
  • Updated: 03 October 2019, 09:14 PM IST

Sports

Latest News

ବାଲେଶ୍ୱର (ରଞ୍ଜିତ ପାକଳ): ବେଦୀରେ ହାତଗଣ୍ଠି ପଡ଼ିଲା ବେଳେ ଭଲ ପାଇବାର ରାଣ ଖାଇଥିଲେ। ଜୀବନର ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କେହି କାହାର ହାତ ଛାଡ଼ିବେନି ବୋଲି ପଣ କରିଥିଲେ। ଆଉ ସାତଜନମର ସାଥୀ ହୋଇ ଚାଲିବା ପାଇଁ ପ୍ରତିଜ୍ଞା ନେଇଥିଲେ। ହେଲେ ହୋମ ନିଆଁକୁ ସାକ୍ଷୀ ରଖି ଏମିତି ପରସ୍ପରକୁ କଥା ଦେଉଥିବା ସବୁ ସ୍ୱାମୀ-ସ୍ତ୍ରୀ ସତରେ କଣ ଏକାଠି ଆରପାରିକୁ ଯାଇପାରନ୍ତି? କଥାଟି ଶୁଣିବାକୁ ଯେତେ ଦୁଃଖଦ ଓ କରୁଣ ଲାଗୁଥିଲେ ମଧ୍ୟ ଏମିତି ଏକ ଘଟଣା ଘଟିଛି ବାଲେଶ୍ୱରରେ। ସ୍ୱାମୀଙ୍କ ମୃତ୍ୟୁର କେଇ କ୍ଷଣ ମଧ୍ୟ ଚାଲି ଯାଇଛି ସ୍ତ୍ରୀର ଜୀବନ। ଆଉ ଦୁହିଁଙ୍କୁ ଚିତା ଏକ ସଙ୍ଗେ ଗାଁ ଶ୍ମଶାନରେ ଜଳିଛି।

ଗତକାଲି ରାତିରେ କୁରୁଡ଼ା ପଞ୍ଚାୟତ ବଣପାରିଆ ଗାଁର ସୁରେନ୍ଦ୍ର ମଳିକ ଖାଇ ପିଇ ଘରେ ଶୋଇଥିଲେ। କିନ୍ତୁ ଆଜି ସକାଳେ ସେ ଉଠିନଥିଲେ। ପରିବାର ଲୋକେ ତାଙ୍କୁ ଯେତେ ଡାକିଥିଲେ ମଧ୍ୟ ସେ ଉଠିଥିଲେ। ପରେ ଜଣାପଡ଼ିଲା ସୁରେନ୍ଦ୍ର ଆଉ ନାହାନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଥିଲା। ଅନ୍ୟପକ୍ଷରେ ନିଜର ଜୀବନ ସାଥୀକୁ ହରାଇଥିବାରୁ ମୃତ ସୁରେନ୍ଦ୍ରଙ୍କ ପତ୍ନୀ ସରସ୍ୱତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ମଧ୍ୟାହ୍ନରେ ଗାଁ ଦାଣ୍ଡରେ ସଜଡ଼ା ହେଲା ମାଲଭାଇ। ସାହିଭାଇ ସୁରେନ୍ଦ୍ରଙ୍କ ମୃତଦେହକୁ ଗାଁ ଶ୍ମଶାନକୁ ନେଇଥିଲେ। ଶ୍ମଶାନରେ ଜୁଈ ସଜଡ଼ା ଗଲା। ଆଉ ଜୁଈ ଉପରେ ମୁଖାଗ୍ନି ଦେଇଥିଲେ ମୃତକଙ୍କ ପୁଅ। ଜୁଈ ଜଳିବା ଆରମ୍ଭ ହେବାର କିଛି ସମୟ ପରେ ଆସିଲା ଏକ ଦୁଃଖଦ ଖବର। ଜୀବନ ସାଥୀଙ୍କୁ ହରାଇ ବାରମ୍ୱାର ଚେତା ହରାଉଥିବା ସରସ୍ୱତୀଙ୍କର ଦେହାନ୍ତ ହୋଇଛି। ଜଳୁଥିବା ଚିତାକୁ ଛାଡ଼ି ପରିବାର ପରିଜନ ଘରକୁ ଧାଇଁଲେ। ଚଟାଣରେ ଉପରେ ମୃତଦେହ ଦେଖି ପରିବାର ଲୋକେ ହତବାକ ହୋଇ ପଡ଼ିଥିଲେ। ପରେ ତାଙ୍କର ମୃତଦେହକୁ ଶ୍ମାଶାନକୁ ନେଇଥିଲେ। ସେଠାରେ ଏକ ସଙ୍ଗେ ଦୁଇଟି ଜୁଈ ଜଳିଲା।

ହୃଦଘାତରେ ସରସ୍ୱତୀଙ୍କ ବିୟୋଗ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସୁରେନ୍ଦ୍ରଙ୍କର ତିନୋଟି ପୁଅ, ଗୋଟିଏ ଝିଅ। ସମସ୍ତେ ବିବାହିତା। ବଡ଼ ପୁଅ ଖଡ଼କପୁରରେ ରେଲୱେରେ ଚାକିରି କରୁଛନ୍ତି। ଅନ୍ୟ ଦୁଇ ପୁଅ ବାପାଙ୍କ ପାଖରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story