ପୁରୀ-ଓଖା ଏକ୍ସପ୍ରେସ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର( ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍‌ରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ।  ଘର ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗାଁରେ।

ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସରେ ବ୍ରହ୍ମପୁର ଆସୁଥିଲେ। ଗତକାଲି ଟ୍ରେନରେ ହଠାତ୍‌ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସ୍ୱାମୀ କହିଛନ୍ତି।

ତେବେ ଆଜି ସକାଳେ ମହିଳାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ମୃତଦେହକୁ ଷ୍ଟେସନ ବାହାରକୁ ଆଣି ରଖିଥିବାବେଳେ, ପୋଲିସ ମୃତହେଦକୁ ଜବତ କରିଥିଲା।  ଏହି ଘଟଣା ନେଇ ପୋଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।