ଭଦ୍ରକ(ପାର୍ଥ ସାରଥୀ ନାୟକ) : ଗତରାତିରୁ ଘରୁ ସ୍ୱାମୀସ୍ତ୍ରୀ କେଉଁଆଡ଼େ ପଳାଇଥିବା ବେଳେ ଆଜି ଗାଁ ନିକଟ ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ବିଭତ୍ସ ଭାବେ ଗଳା କାଟି ହତ୍ୟା କରାଯାଇଥିବା ଜଣାଯାଇଛି। ଏହି ଘଟଣା ପରଠୁ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳୁନି। ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ମୃତା ମହିଳା ହେଲେ ରାଧାରାଣୀ ମହାନ୍ତି।
ମୃତା ମହିଳାଙ୍କ ସ୍ୱାମୀ ନାରାୟଣ ମହାନ୍ତି ଏହି ଘଟଣା ପରେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ମହିଳା ଜଣଙ୍କ ୬ ବର୍ଷ ପୂର୍ବେ ବାପ ଘର ଗାଁର ନାରାୟଣ ମହାନ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଗୋଟିଏ ଝିଅ ଅଛି।
ତେବେ କେଉଁ କାରଣରୁ ମହିଳାଙ୍କୁ ଏଭଳି ବିଭତ୍ସ ହତ୍ୟା କରାଯାଇଛି, ତାହା ଜଣା ପଡ଼ିନାହିଁ। ଏହି ଖବର ପାଇ ଭଣ୍ଡାରିପୋଖରୀ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଛି ତାହା ଜଣା ପଡି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।