ଥମୁନି ଜନନୀ ଯନ୍ତ୍ରଣା, ରାସ୍ତାରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା। ସୂଚନା ଅନୁସାରେ,ପାରଳାଖେମୁଣ୍ଡି ରାଜନହର ସାମ୍ନା ମୁଖ୍ୟ ରାସ୍ତା କଡରେ ରହୁଥିବା ଜଣେ ମହିଳାଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହି ନେଇ ସ୍ଥାନୀୟ ଲୋକେ ଗଜପତି ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ କରିଥିଲେ। ହେଲେ […]

parala

Tapaswini Nayak
  • Published: Saturday, 14 November 2020
  • , Updated: 14 November 2020, 01:36 PM IST

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା।

ସୂଚନା ଅନୁସାରେ,ପାରଳାଖେମୁଣ୍ଡି ରାଜନହର ସାମ୍ନା ମୁଖ୍ୟ ରାସ୍ତା କଡରେ ରହୁଥିବା ଜଣେ ମହିଳାଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହି ନେଇ ସ୍ଥାନୀୟ ଲୋକେ ଗଜପତି ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ କରିଥିଲେ। ହେଲେ ସେ କୌଣସି ବ୍ୟବସ୍ଥା କରିନଥିଲେ। ପରେ ମହିଳା ଜଣକ ରାସ୍ତାରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ।

ତେବେ ରାସ୍ତାରେ ମହିଳାଙ୍କୁ ଏପରି ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ସହଯୋଗ କରିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରସବ ପୂର୍ବରୁ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ନେଇ ସିିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନି।

ପାରଳାଖେମୁଣ୍ଡି ରାଜନହର ସାମ୍ନା ମୂଖ୍ୟ ରାସ୍ତାରେ ମହିଳା ଜଣକ ଭିକ୍ଷାବୃତ୍ତି କରୁଥିବା ଜଣାଯାଇଛି।

Related story