- Videos
- Odisha
- ମରିଗଲା ମାନବିକତା: ସାହାଯ୍ୟ କଲେନି ଗାଁଲୋକେ,ରାସ୍ତାରେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେଲେ ମହିଳା
ମରିଗଲା ମାନବିକତା: ସାହାଯ୍ୟ କଲେନି ଗାଁଲୋକେ,ରାସ୍ତାରେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେଲେ ମହିଳା
- Published: Tuesday, 22 August 2017
- , Updated: 22 August 2017, 08:34 AM IST
<p>ମାଲକାନଗିରି: ମରିଗଲାନି ମାନବିକତା। ବାସନ୍ଦ ପାଇଁ ପ୍ରସୂତିଙ୍କୁ କଲେନି କେହି ସାହାଯ୍ୟ। ଚାଲି ଚାଲି ହସ୍ପିଟାଲ୍ ଯିବା ବାଟରେ ଯାଆଁଳା ସନ୍ତାନକୁ ଜନ୍ମ ଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁକ୍ଷିତ ମାଲକାଗିରି ଜିଲ୍ଲା ଦଳପତିଗୁଡ଼ା ଗାଁରେ।</p>
<p>କମାରଗୁଡ଼ା ଗାଁର ଜଣେ ମହିଳା ଅନ୍ୟ ଜାତିରେ ବିବାହ କରିଥିବାରୁ ଦୁଇ ବର୍ଷ ତଳେ ଗାଁରୁ ବାସନ୍ଦ ହୋଇ ନିକଟସ୍ଥ ଦଳପତିଗୁଡ଼ା ଗାଁ ମୁଣ୍ଡରେ ରହୁଥିଲେ। ଗତକାଲି ସ୍ୱାମୀ ନ ଥିବା ବେଳେ ହଠାତ୍ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ସେ ସାହି ପଡ଼ିଶାଙ୍କ ସାହାଯ୍ୟ ଲୋଡ଼ିଥିଲେ କିନ୍ତୁ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ। ଫଳରେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ମାଥିଲି ଡାକ୍ତରଖାନା ଅଭିମୁଖେ ଯାଉଥିଲେ। ହେଲେ ଅଧବାଟରେ ହିଁ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।</p>
<p>ମହିଳାଙ୍କ ଏ ଅବସ୍ଥା ଦେଖି ରାସ୍ତାରେ ଯାଉଥିବା ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଶେଷରେ ଆମ୍ବୁଲାନ୍ସ ପହଞ୍ଚି ଦୁଇ ଶିଶୁଙ୍କ ସହ ମହିଳାଙ୍କୁ ମାଥିଲି ଚିକିତ୍ସାଳୟକୁ ନେଇଥିଲା। ଏବେ ମାଆ ଓ ଦୁଇ ଝିଅ ସୁସ୍ଥ ଥିବା ଜଣାପଡ଼ିଛି।</p>
<p>[vc_video link="" align="center"]</p>