ପୁଅକୁ ଫାଶୀ ଦେବାକୁ ମା’ର ଦାବି

ନୂଆପଡ଼ା (ମାୟାଧର ସରାଫ୍): ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା  କହିଛନ୍ତି ରୁକ୍ମିଣୀ ରଣା। ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। […]

nuapada

nuapada

Jyoshna Pradhan
  • Published: Sunday, 12 January 2020
  • Updated: 12 January 2020, 03:08 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା  କହିଛନ୍ତି ରୁକ୍ମିଣୀ ରଣା। ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଶୋଭାବନଙ୍କୁ ଗିରଫ ମଧ୍ୟ କରିଛି।  ଜଣେ ତାନ୍ତ୍ରିକର କଥାରେ ପଡ଼ି ସେ ଏହି କାଣ୍ଡ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ  ପୁଅର ଜଘନ୍ୟକାଣ୍ଡକୁ ନେଇ ଲୋକେ ଟାହି ଟାପରାକୁ ସହି ନପାରି ରୁକ୍ମିଣୀଙ୍କ ପୂରା ପରିବାର ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁ ଛାଡ଼ି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଥିବା ସଂପର୍କୀୟଙ୍କ ଘରକୁ ପଳାଇ ଆସିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୧୩ ତାରିଖରେ ଶୋଭାବନ ନିଜ ମାମୁ ପୁଅ ଭାଇ ମିଥୁନକୁ ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା।  ତେବେ ଜାମିନରେ ଜେଲ୍‌ରୁ ବାହାରିବା ପରେ ସେ ନିଜ ଭଉଣୀକୁ ବଳି ଦେଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos