ପଛରୁ ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଲିଗଲା ମହିଳାଙ୍କ ଜୀବନ

ଜଳେଶ୍ୱର (ଅଜିତ୍ କୁମାର ଦାସ): ପଛରୁ ପିଟି ଦେଲା ପିକ୍‌ଅପ୍ ଭ୍ୟାନ୍‌। ଘଟଣାସ୍ଥଳରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ତାଙ୍କ ସ୍ୱାମୀ ଓ ୨ ବର୍ଷର ଝିଅ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ମହିଳାଙ୍କ ନାଁ ସସ୍ମିତା ସାମଲ। ତାଙ୍କ ସ୍ୱାମୀଙ୍କ ନାଁ ଅଶ୍ୱିନୀ କୁମାର ସାମଲ। ଅଶ୍ୱିନୀ ବାଇକ୍‌ରେ ପତ୍ନୀ ଓ ଝିଅକୁ ନେଇ ଯାଉଥିବା ବେଳେ ୬୦ ନମ୍ବର […]

balasore

balasore

Jitendra Garnayak
  • Published: Tuesday, 15 September 2020
  • Updated: 15 September 2020, 12:18 PM IST

Sports

Latest News

ଜଳେଶ୍ୱର (ଅଜିତ୍ କୁମାର ଦାସ): ପଛରୁ ପିଟି ଦେଲା ପିକ୍‌ଅପ୍ ଭ୍ୟାନ୍‌। ଘଟଣାସ୍ଥଳରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ତାଙ୍କ ସ୍ୱାମୀ ଓ ୨ ବର୍ଷର ଝିଅ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ମହିଳାଙ୍କ ନାଁ ସସ୍ମିତା ସାମଲ। ତାଙ୍କ ସ୍ୱାମୀଙ୍କ ନାଁ ଅଶ୍ୱିନୀ କୁମାର ସାମଲ।

ଅଶ୍ୱିନୀ ବାଇକ୍‌ରେ ପତ୍ନୀ ଓ ଝିଅକୁ ନେଇ ଯାଉଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍‌ଗେଟ୍ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍ ସେମାନଙ୍କୁ ପଛରୁ ଦକ୍କା ଦେଇଥିଲା।

ସସ୍ମିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅଶ୍ୱିନୀ ଓ ତାଙ୍କ ଝିଅଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos