ଘରେ ନିଆଁ ଲାଗିଥିଲା, କିନ୍ତୁ ଅସୁସ୍ଥତା ହେତୁ ବାହାରି ପାରିଲେନି

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଠଗଡ଼ ଟାଙ୍ଗୀ ଥାନା ଅନ୍ତର୍ଗତ ଡାହାଣୀଗାଡ଼ିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ଗାଁର ନିତ୍ୟାନନ୍ଦ ସାମଲଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ନିତ୍ୟାନନ୍ଦଙ୍କ ସ୍ତ୍ରୀ ଘରେ ଏକୁଟିଆ ଥିଲେ। ତେବେ ସେ ଅସୁସ୍ଥ ଥିବାରୁ ଘରୁ ବାହାରି ପାରିନଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡରେ ନିତ୍ୟାନନ୍ଦଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ତେବେ ଘରେ […]

fire

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 12:56 PM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଠଗଡ଼ ଟାଙ୍ଗୀ ଥାନା ଅନ୍ତର୍ଗତ ଡାହାଣୀଗାଡ଼ିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ଗାଁର ନିତ୍ୟାନନ୍ଦ ସାମଲଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ନିତ୍ୟାନନ୍ଦଙ୍କ ସ୍ତ୍ରୀ ଘରେ ଏକୁଟିଆ ଥିଲେ। ତେବେ ସେ ଅସୁସ୍ଥ ଥିବାରୁ ଘରୁ ବାହାରି ପାରିନଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଗ୍ନିକାଣ୍ଡରେ ନିତ୍ୟାନନ୍ଦଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ତେବେ ଘରେ କିପରି ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।

Related story