ସ୍ତ୍ରୀକୁ ଜାଳି ଦେଲା ସ୍ୱାମୀ

ଆନନ୍ଦପୁର(ମୁନା ସିଂହ): ସ୍ତ୍ରୀକୁ କିରୋସିନି ଢାଳି ଜାଳି ଦେଲା ସ୍ୱାମୀ। ଏଭଳି  ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ନାଁ ଲିଜା। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବର୍ଷେ  ପୂର୍ବେ ଉଦୁବେଡ଼ା ଗାଁର ପ୍ରଫୁଲ୍ଲ ନାୟକ କୋଇଲିପାଳ ଗାଁର ଲିଜାଙ୍କୁ ବିବାହ କରିଥିଲେ। ବାହାଘର ଦିନଠାରୁ  ଲିଜାକୁ ତା’ଶାଶୂ ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଲିଜାଙ୍କ ବାପା ଅଭିଯୋଗ […]

fair

fair

Jyoshna Pradhan
  • Published: Tuesday, 18 June 2019
  • Updated: 18 June 2019, 09:54 AM IST

Sports

Latest News

ଆନନ୍ଦପୁର(ମୁନା ସିଂହ): ସ୍ତ୍ରୀକୁ କିରୋସିନି ଢାଳି ଜାଳି ଦେଲା ସ୍ୱାମୀ। ଏଭଳି  ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ନାଁ ଲିଜା। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ବର୍ଷେ  ପୂର୍ବେ ଉଦୁବେଡ଼ା ଗାଁର ପ୍ରଫୁଲ୍ଲ ନାୟକ କୋଇଲିପାଳ ଗାଁର ଲିଜାଙ୍କୁ ବିବାହ କରିଥିଲେ। ବାହାଘର ଦିନଠାରୁ  ଲିଜାକୁ ତା’ଶାଶୂ ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଲିଜାଙ୍କ ବାପା ଅଭିଯୋଗ କରିଛନ୍ତି। ତେଣୁ ସେ ଅନେକ ସମୟରେ ନିଜ ବାପଘରେ ରହୁଥିଲେ।

ଗତକାଲି ଶ୍ୱଶୁର ଘର ଗାଁରେ ରଜ ଉପଲକ୍ଷେ ଚାଲିଥିବା ଯାତ୍ରା ଦେଖିବା ପାଇଁ ପ୍ରଫୁଲ୍ଲ ନିଜ ଦୁଇ ସାଙ୍ଗଙ୍କ ସହ ଯାଇଥିଲେ। ସେଠାରେ ପହଞ୍ଚି ଲିଜାଙ୍କୁ ଯାତ୍ରା ଦେଖିବାକୁ  ଘରୁ ଡାକି ନେଇଥିଲେ। ମାତ୍ର ଯାତ୍ରା ପଡ଼ିଆରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଫୁଲ୍ଲ ଲିଜାଙ୍କୁ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ତାଙ୍କ ଦୁଇ ସାଙ୍ଗ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଲିଜା ଚିତ୍କାର କରି ଘରକୁ ଦୌଡ଼ି ଆସି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ଝିଅର ମୃତ୍ୟୁ ପାଇଁ ଜ୍ୱାଇଁ ପ୍ରଫୁଲ୍ଲ ଦାୟୀ ବୋଲି ଲିଜାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos