ବିଳମ୍ୱରେ ଆସିଲା ଆମ୍ୱୁଲାନ୍ସ: ମରିଗଲେ ମହିଳା

Ordigital Desk
  • Published: Monday, 14 May 2018
  • , Updated: 14 May 2018, 11:13 AM IST
<p>କୋଣାର୍କ(ସଞ୍ଜୟ ପତି): ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ। ଏହାପରେ ଗାଁ ଲୋକେ ଆମ୍ୱୁଲାନ୍ସକୁ ଅଟକ ରଖିଥିଲେ।</p> <p>ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ବୁଲାନ୍ସ ୪ ଘଣ୍ଟା ବିଳମ୍ବ କରି ଭୋର୍ ୫ଟାରେ ଆସି ପହଞ୍ଚିଥିଲା। ସେତେବେଳକୁ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇ ସାରିଥିଲା।</p> <p>ଏଥିରେ ଉତ୍&zwnj;କ୍ଷୀପ୍ତ ହୋଇ ସ୍ଥାନୀୟ ଲୋକେ ବିଳମ୍ବରେ ଆସିଥିବା ଆମ୍ବୁଲାନ୍ସ ଅଟକ ରଖିଥିଲେ। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଥିଲେ। ପରେ ଗାଁରେ ମୂରବୀ ଶ୍ରେଣୀୟ ଲୋକେ ବୁଝାସୁଝା କରିବା ପେର ଆମ୍ବୁଲାନ୍ସକୁ ଛାଡ଼ିଥିଲେ।</p>

Related story