ଦୋକାନୀ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷେ ଟଙ୍କାର ସ୍ମାର୍ଟଫୋନ୍‌ ନେଇଗଲା ସୁନ୍ଦରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ସ୍ମାର୍ଟ ଯୁବତୀଙ୍କ ସ୍ମାର୍ଟ ଚୋରି। ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ଟଙ୍କା ଦେବା ପାଇଁ ଘରକୁ ଡାକି ଚମ୍ପଟ ମାରିଲା। ଆଉ ଧରାଛୁଆଁ ଦେଲା ନାହିଁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ସ୍ମାଟ୍‌ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୋମବାର ସ୍ମାର୍ଟ ସିଟିର ଜଣେ ଯୁବତୀ ବାପୁଜୀ ନଗରରେ ଥିବା ଏକ ମୋବାଇଲ ଦୋକାନରୁ ଆଇଫୋନ୍‌ କିଣିବାକୁ ଯାଇଥିଲେ। ଅନେକ ମୋବାଇଲ୍‌ ଫୋନ୍‌ […]

BBSR

BBSR

Manoranjan Sial
  • Published: Tuesday, 06 July 2021
  • Updated: 08 July 2021, 08:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ସ୍ମାର୍ଟ ଯୁବତୀଙ୍କ ସ୍ମାର୍ଟ ଚୋରି। ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ଟଙ୍କା ଦେବା ପାଇଁ ଘରକୁ ଡାକି ଚମ୍ପଟ ମାରିଲା। ଆଉ ଧରାଛୁଆଁ ଦେଲା ନାହିଁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ସ୍ମାଟ୍‌ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୋମବାର ସ୍ମାର୍ଟ ସିଟିର ଜଣେ ଯୁବତୀ ବାପୁଜୀ ନଗରରେ ଥିବା ଏକ ମୋବାଇଲ ଦୋକାନରୁ ଆଇଫୋନ୍‌ କିଣିବାକୁ ଯାଇଥିଲେ। ଅନେକ ମୋବାଇଲ୍‌ ଫୋନ୍‌ ଦେଖିବା ପରେ ଗୋଟିଏ କିଣିଲେ। କିନ୍ତୁ ଟଙ୍କା ଦେଲା ବେଳକୁ ଏଟିଏମ୍‌ କାର୍ଡ କାମ କଲାନାହିଁ। ଏହା ପରେ ଯୁବତୀ ଜଣକ ଦୋକାନୀକୁ ଏକ ପ୍ରସ୍ତାବ ଦେଲେ। କହିଲେ, ପାଖରେ ମୋ ଘର। ଟିକେ ଘରକୁ କାହାକୁ ପଠାନ୍ତୁ, ଘରେ ବାପାଙ୍କ ଏଟିଏମ୍‌ କାର୍ଡ଼ରୁ ଟଙ୍କା କାଟିନେବେ।

ସ୍ମାର୍ଟ ଯୁବତୀଙ୍କ କଥାରେ ସହଜରେ ବିଶ୍ୱାସ କରିନେଲେ ଦୋକାନୀ। ଆଗପଛ କିଛି ନଭାବି ଯୁବତୀଙ୍କ ସାଙ୍ଗରେ ଜଣେ ପିଲାକୁ ଦୋକାନୀ ପଠାଇ ଦେଲେ। ହେଲେ ସ୍ମାଟ୍‌ ଯୁବତୀ ଜଣକ ଦୋକାନୀ ପିଲାକୁ ପେଟ୍ରୋଲ ପକାଇବା ବାହାନାରେ ପେଟ୍ରୋଲ୍‌ ପମ୍ପରେ ଛାଡ଼ି ଚମ୍ପଟ ମାରିଥିଲା।

ମୋବାଇଲ୍‌ ନେଇଥିବା ଯୁବତୀ ନଫେରିବାରୁ ପିଲାଟି ଦୋକାନକୁ ଫେରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଧରି ଦୋକାନୀ ସହିଦ୍‌ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବତୀଙ୍କ ପାଖରେ ପହଞ୍ଚିଛି। ଏବେ ପୁଲିସ ଯୁବତୀଙ୍କୁ ଥାନାରେ ଅଟକ ରଖି ଜେରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos