ମହିଳାଙ୍କୁ ଗଳାକାଟି ହତ୍ୟା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବାରିକ(୫୦)। ଆଜି ସକାଳେ ଲକ୍ଷ୍ମୀ ତାଙ୍କ ଘର ବାରିପଟେ ବାସନ ମାଜୁଥିବା ବେଳେ କେହି ଦୁର୍ବୃତ୍ତ ପଛପଟୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଲଚ୍ଛିପୁର ଫାଣ୍ଡି ଅଧିକାରୀ ଏବଂ ଡୁଙ୍ଗୁରପାଲି ଥାନା ପୁଲିସ୍‌ […]

deadbody

Jyoshna Pradhan
  • Published: Saturday, 17 August 2019
  • , Updated: 17 August 2019, 09:39 AM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବାରିକ(୫୦)।

ଆଜି ସକାଳେ ଲକ୍ଷ୍ମୀ ତାଙ୍କ ଘର ବାରିପଟେ ବାସନ ମାଜୁଥିବା ବେଳେ କେହି ଦୁର୍ବୃତ୍ତ ପଛପଟୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଲଚ୍ଛିପୁର ଫାଣ୍ଡି ଅଧିକାରୀ ଏବଂ ଡୁଙ୍ଗୁରପାଲି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story