ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ ନେଇ ବୋହୂ ଶାଶୂକୁ ପନିକିରେ ହାଣି ଦେଇଛି।
ଆଜି ସକାଳେ ନରସିଂହ ମହାନ୍ତଙ୍କ ସ୍ତ୍ରୀ ଜେମାମଣି ନାତିକୁ ଖୁଆଉ ଥିଲେ। ତେବେ ତଳେ ପଡ଼ିଥିବା ଖାଦ୍ୟକୁ କାହିଁକି ଖୁଆଉଛ ବୋଲି ବୋହୂ ପିଙ୍କି ଶାଶୂଙ୍କୁ କହିଥିଲେ। ଏହାକୁ ନେଇ ଶାଶୂ-ବୋହୂ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପିଙ୍କି ଏକ ପନିକିରେ ଶାଶୂଙ୍କ ହାତରେ ଓ ପିଠିରେ ହାଣି ଦେଇଥିଲେ।
ଜେମାମଣିଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।