ମହାନଦୀକୁ ଡେଇଁ ପଡ଼ିଥିଲେ ମହିଳା, ଉଦ୍ଧାର ହେଲେ

ସୋନପୁର( ରବୀନ୍ଦ୍ର ହୋତା); ସ୍ୱାମୀଙ୍କ ସହ ଝଗଡ଼ା କରି ମହାନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର ହୋଇଛନ୍ତି।  ସୋନପୁର ମହାନଦୀ କୁମ୍ଭାରପଡ଼ା ନିକଟରୁ ସମ୍ପୃକ୍ତ ମହିଳାଙ୍କୁ ୨ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଗତକାଲି ସନ୍ଧ୍ୟା ସମୟରେ ମହାନଦୀ ବ୍ରିଜ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ […]

sonapur-1-1

Niharika Rout
  • Published: Wednesday, 15 July 2020
  • , Updated: 15 July 2020, 08:49 AM IST

ସୋନପୁର( ରବୀନ୍ଦ୍ର ହୋତା); ସ୍ୱାମୀଙ୍କ ସହ ଝଗଡ଼ା କରି ମହାନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର ହୋଇଛନ୍ତି।  ସୋନପୁର ମହାନଦୀ କୁମ୍ଭାରପଡ଼ା ନିକଟରୁ ସମ୍ପୃକ୍ତ ମହିଳାଙ୍କୁ ୨ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି ।

ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଗତକାଲି ସନ୍ଧ୍ୟା ସମୟରେ ମହାନଦୀ ବ୍ରିଜ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୀରା ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ।

ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପତ୍ତା ପାଇପାରି ନ ଥିଲେ।  ନଦୀରେ ଭାସି ଭାସି ଯାଉଥିବାବେଳେ ଲଙ୍କେଶ୍ୱର ଘାଟତଳ କୁମ୍ଭାରପଡ଼ାରୁ ଦୁଇ ମତ୍ସ୍ୟଜୀବୀ ରାତି ପ୍ରାୟ ୯ଟା ବେଳକୁ ତାଙ୍କୁ ଉଦ୍ଧାର କରିଥିଲେ।   ମହିଳାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସରେ ମୀରାଙ୍କର ବାହାଘର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ସେ ଭାସିଗଲେ ତାହାର ତଦନ୍ତ ଚାଲିଛି।

Related story