ସ୍ୱାମୀଙ୍କ ସହ ଯାଉଥିଲେ, ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କ ସହ ବାପଘରକୁ ଯାଉଥିବା ବେଳେ ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା । ଏପରି ଅସ୍ୱାଭାବିକ ଘଟଣା ଭୁବନେଶ୍ୱର କାରଗିଲ ବସ୍ତି ନିକଟରେ ଘଟିଛି। ମହିଳାଙ୍କ ମାନସିକ ଭାରସାମ୍ୟ ଠିକ୍‌ ରହୁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ କହୁଥିବା ବେଳେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି  । ସୂଚନାଯୋଗ୍ୟ, ଆଜି ମହିଳାଙ୍କୁ ତାଙ୍କ ସ୍ୱାମୀ  କାର୍‌ରେ ବାପଘରକୁ ଛାଡ଼ିବାକୁ ନେଉଥିଲେ। ମାତ୍ର କାର୍‌ଟି ବାଟରେ […]

Train

Train

Niharika Rout
  • Published: Thursday, 29 July 2021
  • Updated: 29 July 2021, 02:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କ ସହ ବାପଘରକୁ ଯାଉଥିବା ବେଳେ ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ମହିଳା । ଏପରି ଅସ୍ୱାଭାବିକ ଘଟଣା ଭୁବନେଶ୍ୱର କାରଗିଲ ବସ୍ତି ନିକଟରେ ଘଟିଛି। ମହିଳାଙ୍କ ମାନସିକ ଭାରସାମ୍ୟ ଠିକ୍‌ ରହୁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ କହୁଥିବା ବେଳେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି  ।

ସୂଚନାଯୋଗ୍ୟ, ଆଜି ମହିଳାଙ୍କୁ ତାଙ୍କ ସ୍ୱାମୀ  କାର୍‌ରେ ବାପଘରକୁ ଛାଡ଼ିବାକୁ ନେଉଥିଲେ। ମାତ୍ର କାର୍‌ଟି ବାଟରେ ଅଟକି ଥିବା ବେଳେ ହଠାତ  ଓହ୍ଲାଇ ଦୌଡିଥିଲେ ମହିଳା । ଏହାପରେ କାରଗିଲ ବସ୍ତି ନିକଟରେ ଟ୍ରେନ୍ ସାମ୍ନାକୁ ଡେଇଁ ପଡିଥିଲେ  । ଏପରିକି କିଛି ଲୋକ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ପୁଲିସ୍‌ ମହିଳାଙ୍କ  ସ୍ୱାମୀଙ୍କୁ ଏନେଇ ପଚରାଉଚରା କରୁଛି  ।

ଏପଟେ ମୃତ ମହିଳାଙ୍କ ବାପାଙ୍କ କହିବାନୁଯାୟୀ, ଝିଅର ମାନସିକ ସ୍ଥିତି ଭଲ ନଥିଲା । ଆଜି ଜ୍ୱାଇଁ  ଝିଅକୁ ଆମ ଘରେ ଛାଡ଼ିବାକୁ ଆଣୁଥିଲେ। ଝିଅର ମଝିରେ ମଝିରେ ମାନସିକ ସ୍ଥିତି ବିଗିଡ଼ିଯାଏ। ଆମ ଘରେ ଆସି ୮-୧୦ ଦିନ ରହି ଭଲ ହୋଇ ପୁଣି ଝିଅ ତା’ ଘରକୁ ଯାଏ। ହେଲେ ଆଜି ଆମ ଘରକୁ ଆସୁଥିବା ବେଳେ ବାଟରେ ଏପରି ଘଟଣା ଘଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos