ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ(ଓଡିଶା ରିପୋର୍ଟର): କୋରାପୁଟ ଏସପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଚିତ୍ରେନ ପାଙ୍ଗୀ। ତାଙ୍କ ଘର ଚିତ୍ରକୋଣ୍ଡାର ମାରିବେଡ଼ାରେ। ଚିତ୍ରେନ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ। ମାଓବାଦୀଙ୍କ ଜନନାଟ୍ୟ ମଣ୍ଡଳିରେ ସେ କାମ କରୁଥିଲେ। ଗତ ୪ ମାସ ଧରି ସେ କୋରାପୁଟ ଓ ମାଲକାନଗିରି ସୀମାରେ ସକ୍ରିୟ ଥିଲେ। ଦିନକୁ ଦିନ ମାଓବାଦୀଙ୍କ ସମାଜ ବିରୋଧୀ କାର୍ଯ୍ୟକଳାପ ବଢ଼ୁଥିବାରୁ ଚିତ୍ରେନ ଆତ୍ମସମର୍ପଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ […]

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 10:59 AM IST

କୋରାପୁଟ(ଓଡିଶା ରିପୋର୍ଟର): କୋରାପୁଟ ଏସପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଚିତ୍ରେନ ପାଙ୍ଗୀ। ତାଙ୍କ ଘର ଚିତ୍ରକୋଣ୍ଡାର ମାରିବେଡ଼ାରେ। ଚିତ୍ରେନ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ। ମାଓବାଦୀଙ୍କ ଜନନାଟ୍ୟ ମଣ୍ଡଳିରେ ସେ କାମ କରୁଥିଲେ। ଗତ ୪ ମାସ ଧରି ସେ କୋରାପୁଟ ଓ ମାଲକାନଗିରି ସୀମାରେ ସକ୍ରିୟ ଥିଲେ। ଦିନକୁ ଦିନ ମାଓବାଦୀଙ୍କ ସମାଜ ବିରୋଧୀ କାର୍ଯ୍ୟକଳାପ ବଢ଼ୁଥିବାରୁ ଚିତ୍ରେନ ଆତ୍ମସମର୍ପଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ କୋରାପୁଟ୍‌ ଏସ୍‌ପି କହିଛନ୍ତି ଚିତ୍ରେନ ପାଠ ପଢ଼ାଇ ସ୍ୱାବଲମ୍ୱୀ କରାଯିବ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଉପରେ ମାଓବାଦୀ ଅତ୍ୟାଚାର ବଢ଼ିବାରେ ଲାଗିଛି। ବିନା କାରଣରେ ଆଦିବାସୀଙ୍କୁ ନିର୍ଯାତନା ଦିଆଯାଉଛି। ଯେଉଁଥିପାଇଁ ମାଓ ସଙ୍ଗଠରେ ସାମିଲ ହୋଇଥିବା ଲୋକେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି।

Related story