ମିଠା ଧରି ଆସିଲେ, ହତ୍ୟା କରି ଲୁଟିଲେ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ମିଠା ଧରି ଆସିଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଆଜି ଏପରି ବିଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ଅମୂଲ୍ୟ ଜେନା (୬୨) ଜଣେ ଚାଷୀ। ପରିବାର କହିଲେ ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ। ଏବେ ଚାଷ […]

crome

Manoranjan Sial
  • Published: Monday, 17 August 2020
  • , Updated: 17 August 2020, 06:09 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ମିଠା ଧରି ଆସିଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଆଜି ଏପରି ବିଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି।

ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ଅମୂଲ୍ୟ ଜେନା (୬୨) ଜଣେ ଚାଷୀ। ପରିବାର କହିଲେ ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ। ଏବେ ଚାଷ କାମ ଚାଲିଥିବାରୁ ବାପ-ପୁଅ ବିଲକୁ କାମ କରିବାକୁ ଯାଇଥିଲେ। ଘରେ ୫୬ ବର୍ଷୀୟା ମିନତୀ ଏକା ଥିଲେ। ସ୍ୱାମୀ ଓ ପୁଅମାନଙ୍କ ଅନୁପସ୍ଥିତିରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସିଥିଲେ। ଆଉ ସାଥୀରେ ସେମାନେ ମିଠା ମଧ୍ୟ ଆଣିଥିଲେ। ମିନତୀଙ୍କୁ ମିଠା ଦେଇ ନିଜର ବନ୍ଧୁର ପରିଚୟ ଦେଇଥିଲେ। ହେଲେ ମିନତୀ ବୁଝିପାରିନଥିଲେ ଦୁର୍ବୃତ୍ତଙ୍କ ଚାଲ୍‌। ନିଜର ବୋଲି ଭାବି ନିଜ ଘରେ ଆଶ୍ରୟ ଦେଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମାନତୀଙ୍କୁ ହତ୍ୟା କରି ବାକ୍ସରେ ଥିବା ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ।

ତେବେ ଚିତ୍କାର ଶୁଣି ସାହିପଡ଼ିଶା ଅମୂଲ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇଁ ଅମୂଲ୍ୟ ଓ ତାଙ୍କ ଦୁଇ ପୁଅ ଘରକୁ ଆସିଥିଲେ। ସେମାନେ ଆସି ଦେଖନ୍ତୁ, ଘର ଭିତରେ ରକ୍ତାକ୍ତ ଅବସ୍ଥା ପଡ଼ିଛନ୍ତି ମିନତୀ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଏହାଛଡ଼ା ଘର ଭିତରେ ବାକ୍ସ ଭଙ୍ଗା ଯାଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଏହି ମର୍ଡର ହୋଇଥିବା ସନ୍ଦେହ କରାଯାଉଛି।

ଏନେଇ ଅଭିଯୋଗ ହେବା ପରେ ପଟ୍ଟାମୁଣ୍ଡାଇ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନି।

Related story