ସ୍ୱାମୀ ପାଖରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଇ ଗଛରେ ଝୁଲାଇଦେଲେ!

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ସ୍ୱାମୀ-ସ୍ତ୍ରୀ ଘରକୁ ଫେରୁଥିଲେ। ଅନ୍ଧାର ରାତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କୁ ମାଡ଼ ମାରିଲେ। ପରେ ସ୍ୱାମୀଙ୍କ ପାଖରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଇ ପିଟି ପିଟି ମାରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳରୁ ଆସିଛି। ହେଲେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ପୂରା ଘଟଣା ଏମିତି। ଗତକାଲି ସଇଡା ଗାଁ ବିଜୁ […]

pallhada-murder

Manoranjan Sial
  • Published: Thursday, 19 March 2020
  • , Updated: 19 March 2020, 03:57 PM IST

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ସ୍ୱାମୀ-ସ୍ତ୍ରୀ ଘରକୁ ଫେରୁଥିଲେ। ଅନ୍ଧାର ରାତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କୁ ମାଡ଼ ମାରିଲେ। ପରେ ସ୍ୱାମୀଙ୍କ ପାଖରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଇ ପିଟି ପିଟି ମାରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳରୁ ଆସିଛି। ହେଲେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।

ପୂରା ଘଟଣା ଏମିତି। ଗତକାଲି ସଇଡା ଗାଁ ବିଜୁ ସାହିରେ ମାଘେ ପର୍ବ ଚାଲିଥିଲା। ସାହିରେ ହେଉଥିବା ପୂଜା ଦେଖିବା ପାଇଁ ଜଗବନ୍ଧୁ କେରାଇ ଓ ତାଙ୍କ ସ୍ତ୍ରୀ ରାନୀ କେରାଇ ଯାଇଥିଲେ। ରାତି ପ୍ରାୟ ୧୨ଟାରେ ଉଭୟେ ଘରକୁ ଫେରୁଥିଲେ। ତେବେ ସଇଡା ବିଜୁ ସାହିର ୪ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ। ମାଡ଼ ଭିତରେ ସେମାନଙ୍କ କବଳରୁ ଜଗବନ୍ଧୁ ଚମ୍ପଟ ମାରିଥିଲେ। ପରେ ଦୁର୍ବୃତ୍ତମାନେ ରାନୀଙ୍କୁ ଘୂସାରି ନେଇ ଜଙ୍ଗଲ ଭିତରେ ଏକ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଜଙ୍ଗଲ ଭିତରେ ରୀନାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଖବର ପାଇ ପାଲଲହଡା ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ରୀନାକୁ ହତ୍ୟା କରାଯାଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ କେରାଇ ଅଭିଯୋଗ କରିଛନ୍ତି। ୩୦୨ ଦଫାରେ ପାଲଲହଡା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story