ଗେଲୁ, ତୁମେ ମୋତେ ଘରେ ବାନ୍ଧି କ’ଣ ନକରିଛ?

ଆସିକା(ମନୋଜ ମୁନୀ): ବଡଘର ବଡ଼ ଗୁମର କଥା। ୭ ବର୍ଷର ଦାମ୍ପତ୍ୟ ଜୀବନରେ ଦେଖାଦେଇଛି ଫାଟ। ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦେଉଛନ୍ତି ଶିକ୍ଷୟିତ୍ରୀ ପତ୍ନୀଙ୍କୁ ନିର୍ଯାତନା! ଏବେ ନ୍ୟାୟ ପାଇଁ ୮ ଦିନ ଧରି ଧାରଣାରେ ବସିଛନ୍ତି। ଆଉ କୋହଭରା କଣ୍ଠରେ କହୁଛନ୍ତି, ଗେଲୁ ଦେଖ ତୁମେ ମୋତେ ବହୁତ ହଇରାଣ କରିଛ। ମୋତେ ଘରେ ବାନ୍ଧି କଣ ନକରିଛ? ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ଉଠିବି ନାହିଁ ବୋଲି ଚେତାବନୀ ଦେଇଛନ୍ତି ରଶ୍ମିତା ରାଉଳ। ପୂରା ଘଟଣା ଏମିତି। […]

Rasmita-Roula

Rasmita-Roula

Manoranjan Sial
  • Published: Saturday, 26 February 2022
  • Updated: 26 February 2022, 09:08 PM IST

Sports

Latest News

ଆସିକା(ମନୋଜ ମୁନୀ): ବଡଘର ବଡ଼ ଗୁମର କଥା। ୭ ବର୍ଷର ଦାମ୍ପତ୍ୟ ଜୀବନରେ ଦେଖାଦେଇଛି ଫାଟ। ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦେଉଛନ୍ତି ଶିକ୍ଷୟିତ୍ରୀ ପତ୍ନୀଙ୍କୁ ନିର୍ଯାତନା! ଏବେ ନ୍ୟାୟ ପାଇଁ ୮ ଦିନ ଧରି ଧାରଣାରେ ବସିଛନ୍ତି। ଆଉ କୋହଭରା କଣ୍ଠରେ କହୁଛନ୍ତି, ଗେଲୁ ଦେଖ ତୁମେ ମୋତେ ବହୁତ ହଇରାଣ କରିଛ। ମୋତେ ଘରେ ବାନ୍ଧି କଣ ନକରିଛ? ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ଉଠିବି ନାହିଁ ବୋଲି ଚେତାବନୀ ଦେଇଛନ୍ତି ରଶ୍ମିତା ରାଉଳ।

ପୂରା ଘଟଣା ଏମିତି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୋଡାପଲ୍ଲୀ ଗାଁର ଭୂଷଣ ମୁନୀଙ୍କ ବଡ଼ପୁଅ ଜିତେନ୍ଦ୍ର। ସେ ନୌସେନାରେ ଚାକିରି କରୁଥିଲେ। ସେଠାରୁ ଅବସର ପରେ ସେ ଏବେ ପାରାଦୀପ ପୋର୍ଟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଚାକିରି କରୁଛନ୍ତି। ସେ ସାତ ବର୍ଷ ତଳେ କନିସି ଆମ୍ବପୁର ଗାଁର ଜଗନ୍ନାଥ ରାଉଳଙ୍କ ଏକମାତ୍ର ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ। ଜଣେ ପେଶାରେ ଜଣେ ଶିକ୍ଷୟିତ୍ରୀ। ବିବାହ ପରେ ବେଶ୍‌ ହସ ଖୁସିରେ ଚାଲିଥିଲା ପରିବାର। ୭ ବର୍ଷର ସମ୍ପର୍କରେ ହଠାତ୍‌ ସେମାନଙ୍କ ହସଖୁସିର ପରିବାରରେ ଲାଗିଲା କାହାର ନଜର। ଆରମ୍ଭ ହେଲା ପାରିବାରିକ କହଳ। ରଶ୍ମିତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନାନା ନିର୍ଯାତନା ଦେଲେ। ଏପରିକି ଘରୁ ବାହାର କରିଦେଲେ। ଘରର ଚାରି କାନ୍ଥରୁ ଆରମ୍ଭ ହୋଇଥିବା କଳହ ଏବେ ଦାଣ୍ଡରେ ଗଡୁଛି।

ରଶ୍ମିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ଥରେ କି ଦୁଇ ଥର ନୁହେଁ, ଦୁଇଟି ଥାନାରେ ତିନି ତିନି ଥର ଅଭିଯୋଗ କରିଥିବା ରଶ୍ମିତା କହିଛନ୍ତି। ପୁଲିସ୍‌ ଡିଜିପିଙ୍କୁ ଅବଗତ କରାଯାଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ଏଥିସହ ସେ ରାଜ୍ୟ ମହିଳା କମିଶନଙ୍କୁ ଜଣାଇଥିଲେ। ଏବେ ଜିତେନ୍ଦ୍ର ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବାରୁ ରଶ୍ମିତା ବାଧ୍ୟହୋଇ ନିଜର ହକ ପାଇଁ ଧାରଣାରେ ବସିଛନ୍ତି। ଗତ ୧୮ ତାରିଖରୁ ସେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି। ତାଙ୍କୁ ତାଙ୍କ ଶାଶୂ ଘର ଗାଁର କେତେକ ଲୋକ ସମର୍ଥନ କରୁଛନ୍ତି। ଏବେ ସେମାନଙ୍କ ପାଖକୁ ଧମକ ପୂର୍ଣ୍ଣ ଫୋନ୍‌ କଲ ଯାଉଥିବା ରଶ୍ମିତା ଅଭିଯୋଗ କରିଛନ୍ତି।

ରଶ୍ମିତା ରାଉଳ କହିଛନ୍ତି-“ମୁଁ ମୋ ସ୍ୱାମୀଙ୍କୁ ଛାଡ଼ିବାର ନାହିଁ। ଯେତେ ଆଡୁ ପ୍ରେସର ପକାଇଲେ ମଧ୍ୟ ମୁଁ ଉଠିବି ନାହିଁ। ଲୋକ ଲଗାଇ ମାରିଦେଲେ ମଧ୍ୟ ମରିଯିବି। ବାହା ହୋଇ ସ୍ୱାମୀଙ୍କ ସାଙ୍ଗରେ ଆସିଛି। ବଞ୍ଚିଲେ ସ୍ୱାମୀଙ୍କ ସହିତ ବଞ୍ଚିବି। ମରିଲେ ସ୍ୱାମୀଙ୍କ ଘରେ ମରିବି। କିନ୍ତୁ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ଉଠିବାର ନାହିଁ।”

ସେ ଆହୁରି କହିଛନ୍ତି-“ଗେଲୁ ଦେଖ ତୁମେ ମୋତେ ବହୁତ ହଇରାଣ କରିଛ। ମୋତେ ଘରେ ବାନ୍ଧି କଣ ନକରିଛ? ତୁମ ଭାଇ ଓ ଭଉଣୀ ମୋତେ ବହୁ ନିର୍ଯାତନା ଦେଇଛନ୍ତି। କିନ୍ତୁ ଗାଁରେ ଆଉ ଗୋଟିଏ କଥା କହିଛ। ମୋର ଟଙ୍କା ପଇସା ସବୁ ନେଲ। ହେଲେ ଗାଁ ଲୋକଙ୍କୁ କହିଲ, ମୁଁ ଟଙ୍କା ପଇସା ନେଇଯାଇଛି। ମୋ’ ସାମ୍ନାକୁ ଆସ। ଗାଁ ଲୋକଙ୍କ ଆଗରେ ସତକୁ ସାମ୍ନା କର। ମୁଁ ନ୍ୟାୟରେ ରହିଛି।”

ରଶ୍ମିତା ଆହୁରି କହିଛନ୍ତି, “ପିଲା ଛୁଆ ହେଲା ନାହିଁ ବୋଲି ମୋ ସ୍ୱାମୀ ସମସ୍ତଙ୍କୁ କହିଛନ୍ତି। କଣ ପାଇଁ ମୁଁ ମାଆ ହୋଇପାରିଲି ନାହିଁ? ମୁଁ ମାଆ ହେବାର ଯୋଗ୍ୟ ବୋଲି ମୋ ପାଖରେ ସାର୍ଟିଫିକେଟ୍‌ ଅଛି। କିନ୍ତୁ ମୋ ସ୍ୱାମୀ ମୋ’ ନାଁରେ ଦୁନିଆ କଥା କହିଛନ୍ତି।”

https://youtu.be/KpEpKKMR0fo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story