କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ କୁଆଖାଇ ନଦୀକୁ ଡେଇଁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଟଙ୍କପାଣି ରୋଡ୍‌ ନିକଟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଭୁବନେଶ୍ୱରର ନୂଆପଲ୍ଲୀ ଅଞ୍ଚଳର ବେହେରା ସାହିରେ ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ନଦୀକୁ ଡେଇଁ ପଡ଼ିଥିଲେ, ତାହା ଜଣାପଡ଼ି ନାହିଁ। କିଛି ସମୟ ତଳେ ସେ ହଂସପାଳ ନିକଟରେ ବ୍ରିଜ୍‌ […]

river

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 02:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ କୁଆଖାଇ ନଦୀକୁ ଡେଇଁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଟଙ୍କପାଣି ରୋଡ୍‌ ନିକଟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଭୁବନେଶ୍ୱରର ନୂଆପଲ୍ଲୀ ଅଞ୍ଚଳର ବେହେରା ସାହିରେ ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ନଦୀକୁ ଡେଇଁ ପଡ଼ିଥିଲେ, ତାହା ଜଣାପଡ଼ି ନାହିଁ।

କିଛି ସମୟ ତଳେ ସେ ହଂସପାଳ ନିକଟରେ ବ୍ରିଜ୍‌ ଉପରେ ଗାଡ଼ି ଥୋଇ ନଦୀକୁ  ଡେଇଁ ପଡ଼ିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଖୋଜାଖୋଜି କରିଥିଲେ ଓ ଟଙ୍କପାଣି ରୋଡ୍‌ ନିକଟରୁ ଉଦ୍ଧାର କରିଥିଲେ।

Related story