ଭିକ ମାଗୁଛନ୍ତି ସରପଞ୍ଚ; କେତେ ସତ କେତେ ମିଛ?

ଖଲିକୋଟ (ଶିଲୁ ବିଶ୍ୱାଳ): ପଞ୍ଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ସରପଞ୍ଚ ଆଜି ଭିକ ମାଗୁଛନ୍ତି। ଏ ଖବର ଗତ ଦୁଇଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଗ୍ରାମ ପଞ୍ଚାୟତରେ ବାସ କରୁଥିବା ଲୋକଙ୍କ ଭାଗ୍ୟ ବିଧାତା କୁହାଯାଉଥିବା ସରପଞ୍ଚଙ୍କ ଏପରି ଅବସ୍ଥା ଦେଖିଲେ ଜଣାପଡ଼ୁଥିବ, ନିଜ ଅଞ୍ଚଳର ବିକାଶ କେମିତି ହୋଇଥିବ? ତେବେ ପ୍ରକୃତରେ କଥା ହେଉଛି, ରାଜନୀତିରେ ଛକି ଶୂନ […]

Hema

Manoranjan Sial
  • Published: Saturday, 18 December 2021
  • , Updated: 18 December 2021, 10:08 PM IST

ଖଲିକୋଟ (ଶିଲୁ ବିଶ୍ୱାଳ): ପଞ୍ଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ସରପଞ୍ଚ ଆଜି ଭିକ ମାଗୁଛନ୍ତି। ଏ ଖବର ଗତ ଦୁଇଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଗ୍ରାମ ପଞ୍ଚାୟତରେ ବାସ କରୁଥିବା ଲୋକଙ୍କ ଭାଗ୍ୟ ବିଧାତା କୁହାଯାଉଥିବା ସରପଞ୍ଚଙ୍କ ଏପରି ଅବସ୍ଥା ଦେଖିଲେ ଜଣାପଡ଼ୁଥିବ, ନିଜ ଅଞ୍ଚଳର ବିକାଶ କେମିତି ହୋଇଥିବ? ତେବେ ପ୍ରକୃତରେ କଥା ହେଉଛି, ରାଜନୀତିରେ ଛକି ଶୂନ ଖେଳ ଜାଣିନଥିବା ୬୦ ବର୍ଷିୟ ହେମ ନାୟକ କିନ୍ତୁ ନିଜ ବାସ୍ତବ ଜୀବନଠାରୁ ଦୂରେଇ ଯାଇପାରୁ ନାହାନ୍ତି। ସେଥିପାଇଁ ସେ ଲୁଚିଛପି ଭିକ ମାଗୁଛନ୍ତି।

ପୂରା ଘଟଣାଟି ଏମିତି। ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତର ହେମ ନାୟକ। ଗାଁରେ ଦାନ୍ତକାଠି ବିକ୍ରି କରନ୍ତି ଓ ଭିକ ମାଗି ପରିବାର ଭରଣ ପୋଷଣ କରନ୍ତି। ଗାଁକୁ ଗାଁ ବୁଲି ଦାନ୍ତକାଠି ବିକୁଥିବା ହେମଙ୍କ ଭାଗ୍ୟ ୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବଦଳି ଯାଇଥିଲା। ସେହି ପଞ୍ଚାୟତରେ ସରପଞ୍ଚ ଆସନଟି ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଥିବାରୁ ହେମ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ରାତାରାତି ବଦଳି ଯାଇଥିଲା ହେମଙ୍କ ଚରିତ୍ର। ହେଲେ ବଦଳି ନଥିଲା ହେମଙ୍କ ପୂର୍ବ ମାନସିକତା!

ପାଠସାଠ ପଢ଼ିନଥିବାରୁ ପଞ୍ଚାୟତର କାମ କିଛି ବୁଝିପାରୁନଥିଲେ ହେମ। ପଞ୍ଚାୟତର ଉନ୍ନୟନ କାମ ତଦାରଖ କରିବା ପରିବର୍ତ୍ତେ ଘରେ ବସି କେବଳ ଟିପ ଚିହ୍ନ ଦେଇ ଚୁପ୍‌ ବସୁଥିଲେ। କିନ୍ତୁ ପଞ୍ଚାୟତରେ କଣ ଉନ୍ନତି ଘଟୁଛି? ପଞ୍ଚାୟତ ବିକାଶରେ ତାଙ୍କର ଭୂମିକା କଣ? ସେ କଥା ତିଳେ ମାତ୍ର ବୁଝୁନଥିଲେ। ସେ ବୁଝିବେବା କେମିତି? ସରପଞ୍ଚ ହେବା ପରେ ମଧ୍ୟ ହେମ ଗାଁକୁ ଗାଁ ଯାଇ ଭିକ ମାଗିବା ଓ ଦାନ୍ତକାଠି ବିକିବା କାମ କରୁଥିଲେ। ଏହି ସମ୍ପର୍କରେ ସୋଶାଲ୍‌ ମିଡ଼ିଆରେ ଖବର ପ୍ରକାଶ ପାଇବା ପରେ ହେମଙ୍କୁ ମିଳିଥିଲା ସହାୟତା।

ସରପଞ୍ଚ ହେମଙ୍କୁ ଆବସ ଯୋଜନାରେ ଘର, ରାସନ୍‌ କାର୍ଡ଼ ଓ ସ୍ୱାମୀ ଘନ ନାୟକଙ୍କୁ ପଞ୍ଚାୟତ ଅଫିସ୍‌ରେ ଚାକିରି। ଏହା ପରେ ମଧ୍ୟ ହେମ ଭିକ ମାଗିବାକୁ ଯାଉଥିଲେ। ଯାହାକୁ ବ୍ଲକ୍‌ ଓ ପଞ୍ଚାୟତର ଅଧିକାରୀମାନେ ବିରୋଧ କରିଥିଲେ। ଭିକ ମାଗିବାକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଶାସନିକ ଅଧିକାରୀଙ୍କ କଥାକୁ ସମ୍ମାନ ଜଣାଇ ହେମ ଆଉ ବାହାରକୁ ଭିକ ମାଗିବାକୁ ଗଲେ ନାହିଁ। ସେ ଯେପରି ଭିକ ମାଗିବାକୁ ନଯିବେ, ସେଥିପାଇଁ ତାଙ୍କୁ ପାଦେ ପାଦେ ଜଗିଥିଲେ।

ହେମ କିନ୍ତୁ ସୁଯୋଗକୁ ଅପେକ୍ଷା କରିଥାଆନ୍ତି। ଘରେ କେହି ନଥିବା ବେଳେ ସେ ଘରୁ ପଳାଇ ଯାଆନ୍ତି, ଭିକ ମାଗିବା ପାଇଁ। ଆଉ ହେମଙ୍କ ଫୁଙ୍ଗୁଳା ଶରୀର ଦେଖି ଗାଁ ଲୋକମାନେ ଭିକ ଦେବା ପାଇଁ ବାଧ୍ୟ ହେଉଛନ୍ତି। ଦୀର୍ଘ ଦିନ ପରେ ତିନି ଦିନ ତଳେ ପୁଣି ହେମ ଭିକ ମାଗୁଥିବାକୁ ଯାଇଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଗାଁ ଦାଣ୍ଡରେ ବସି ଭିକ ମାଗୁଛନ୍ତି ହେମା। ଗାଁ ଲୋକେ ତାଙ୍କୁ ଭିକ ଦେଉଛନ୍ତି। ପଞ୍ଚାୟତର ଜିଲ୍ଲାପାଳ କୁହାଯାଉଥିବା ସରପଞ୍ଚ ଭିକ୍ଷାବୃତ୍ତି କରିବା ଘଟଣା ପ୍ରକାଶ ପାଇବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସେପଟେ ଖଲ୍ଲିକୋଟ ବିଡିଓ ମିତାଲି ପାତ୍ରଙ୍କ କହିବା ଅନୁସାରେ ମହିଳା ସରପଞ୍ଚ ହେମଙ୍କ ପରିବାରକୁ ମିଳିଛି ଆବାସ ଯୋଜନାରେ ଘର ଓ ରାସନ କାର୍ଡ। ଏହାଛଡ଼ା ସରପଞ୍ଚ ଭାବେ ସେ ଦରମା ମଧ୍ୟ ପାଉଛନ୍ତି। ତାଙ୍କ ସ୍ୱାମୀ ଘନ ସେହି ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଡିଓ କହିଛନ୍ତି। ତେବେ ହେମା ଭିକ୍ଷାବୃତ୍ତି କରୁଥିବା ନେଇ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିଛନ୍ତି।

ତେବେ ଆସନ୍ତୁ ନଜର ପକାଇବା ସରପଞ୍ଚ ହେମଙ୍କ ପ୍ରକୃତ ପରିଚୟ। ହେମା ହେଉଛନ୍ତି ଘନ ନାୟକଙ୍କ ଦ୍ୱିତୀୟ ସ୍ତ୍ରୀ। ଘନଙ୍କ ପ୍ରଥମ ସ୍ତ୍ରର ଦୁଇ ପୁଅ ଅଛନ୍ତି। ସେମାନେ ଦାଦନ ଖଟି ପରିବାର ଭରଣ ପୋଷଣ କରୁଛନ୍ତି। ଏବେ ସେମାନେ ଅଲଗା ଅଲଗା ରହୁଛନ୍ତି। କିନ୍ତୁ ହେମାଙ୍କର କୌଣସି ପିଲା ନାହାନ୍ତି। ତେଣୁ ସେ ସ୍ୱାମୀ ଘନଙ୍କ ସହ ରହୁଛନ୍ତି।

Related story