ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡା ଫିଙ୍ଗି ଥିବା ମହିଳା ଡାକ୍ତରଖାନାରେ ଭର୍ତ୍ତି
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତାଳସାରୀରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼ କରିଥିବା ମହିଳାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସର୍ଜରୀ ଓ୍ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ଉକ୍ତ ମହିଳାଙ୍କୁ ଥାନାରେ ଅଟକ ରଖାଯାଇଥିଲା। ତାଙ୍କୁ  ଛାଡ଼ିବା ଦାବିରେ ବାଲିଆପାଳ ଥାନା ପରିସରରେ ବିଜେପି କର୍ମୀମାନେ ସରକାର ବିରୋଧୀ ନାରା ଦେବା ସହ ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ଛାଡ଼ିବା ପାଇଁ ଥାନା ଭିତରେ ଅଡ଼ି ବସିଥିଲେ।
ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା ତାଳସାରି ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ମହିଳା ଜଣକ ଅଣ୍ଡା ମାଡ଼ କରିଥିଲେ। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ସେ ୩ଟି ଅଣ୍ଡା ଫିଙ୍ଗିଥିଲେ। ହେଲେ ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଅଣ୍ଡା ମାଡ଼ ପରେ ସଂପୃକ୍ତ ମହିଳାଙ୍କୁ ପୋଲିସ କାବୁ କରି ନେଇଥିଲା। ପୋଲିସ କାବୁ କରିବା ପରେ ମହିଳାଙ୍କୁ ତଳେ ଘୋଷାଡ଼ି ନିସ୍ତୁକ ପିଟିଥିଲେ ବିଜେଡି କର୍ମୀ।
ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି,“ ପୋଲିସ ବିଜେଡିର ଗୁଣ୍ଡା ସାଜିଛି।”  ସେହିପରି ବିଜେଡି କହିଛି,“ ପ୍ରତିବାଦ ନାଁରେ ଯେଉଁମାନେ ଅରାଜକତା ସୃଷ୍ଟି କରିବେ ଆଇନ ଦୃଷ୍ଟିରେ ନିଶ୍ଚିତ ଭାବେ ଦଣ୍ଡିତ ହେବେ।”
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସଭା ଉପରକୁ ଅଣ୍ଡା ମାଡ଼ ନେଇ ପ୍ରତିକ୍ରିୟା ରଖିଛନ୍ତି ।  ସେ କହିଛନ୍ତି,“ମହିଳା ଜଣକ କେଉଁ କାରଣରୁ ଅଣ୍ଡା ଫିଙ୍ଗିଛନ୍ତି ତାହା ତାଙ୍କୁ ଜଣାନଥିଲେ ବି ସେ ଭିନ୍ନ ଉପାୟରେ ପ୍ରତିବାଦ କରିଥିଲେ ଭଲ ହୋଇଥାନ୍ତା। ବଳ ପ୍ରୟୋଗ ଆକ୍ରମଣ ଠିକ୍ ନୁହେଁ।” ଗତବର୍ଷ ମାହାଙ୍ଗାରେ ତାଙ୍କ ଉପରକୁ ହୋଇଥିବା ଅଣ୍ଡା ଓ ପଥର ମାଡ଼ ଘଟଣାର ଉଦାହରଣ ରଖି ବୈଜୟନ୍ତ କହିଛନ୍ତି,“ ଘଟଣାର ୪ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ହଠାତ୍ କିଛି ଲୋକଙ୍କୁ ଗିରଫ କରାଯାଇ ଛାଡ଼ି ଦିଆଗଲା। ଟ୍ୱିଟ୍ କରି ସେ ଆହୁରି ମଧ୍ୟ କହିଛନ୍ତି,“ ଯେଉଁ ମହିଳା ଭୁଲ୍ କରିଛନ୍ତି ପୋଲିସ ତାଙ୍କୁ ହେପାଜତକୁ ନେଇଥିବାବେଳେ ନିସ୍ତୁକ ମାଡ଼ ମରାଯିବା ଉଚିତ୍ ନୁହେଁ।”
Ordigital Desk
• Published: Thursday, 01 February 2018
• Updated: 01 February 2018, 08:35 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos