‘ମୋତେ ମୋ ଝିଅ ଦରକାର, ନଚେତ ଏଇଠି ଜୀବନ ହାରିବି’

କେନ୍ଦୁଝର(ପ୍ରଣୟ ପାଣି): ‘ମୋ ଝିଅ ନାବାଳିକା। ସେ ୧୭ ଦିନ ହେଲା ନିଖୋଜ ଅଛି। କେଉଁଠି ଅଛି, କିପରି ଅଛି ଆମେ କିଛି ଜାଣିନୁ। ତାକୁ ଅପହରଣ କରାଯାଇଛି। ହେଲେ ପୁଲିସ୍‌ ଟଙ୍କା ଖାଇ ଚୁପ୍‌ ବସିଛି। ମୋତେ ମୋ ଝିଅ ଦରକାର। ନଚେତ ଏଇଠି ଜୀବନ ହାରିଦେବି।’ ଆଜି କେନ୍ଦୁଝର ଏସ୍‌ପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୁଲିସ୍‌ ଉଦ୍ଧାର କରିଥିବା ବେଳେ ମହିଳାଜଣକ ଏପରି ଚିତ୍କାର କରୁଥିଲେ। ମହିଳା ଜଣକ […]

lady

lady

Niharika Rout
  • Published: Friday, 17 June 2022
  • Updated: 17 June 2022, 01:26 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ‘ମୋ ଝିଅ ନାବାଳିକା। ସେ ୧୭ ଦିନ ହେଲା ନିଖୋଜ ଅଛି। କେଉଁଠି ଅଛି, କିପରି ଅଛି ଆମେ କିଛି ଜାଣିନୁ। ତାକୁ ଅପହରଣ କରାଯାଇଛି। ହେଲେ ପୁଲିସ୍‌ ଟଙ୍କା ଖାଇ ଚୁପ୍‌ ବସିଛି। ମୋତେ ମୋ ଝିଅ ଦରକାର। ନଚେତ ଏଇଠି ଜୀବନ ହାରିଦେବି।’ ଆଜି କେନ୍ଦୁଝର ଏସ୍‌ପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୁଲିସ୍‌ ଉଦ୍ଧାର କରିଥିବା ବେଳେ ମହିଳାଜଣକ ଏପରି ଚିତ୍କାର କରୁଥିଲେ।

ମହିଳା ଜଣକ କହିଛନ୍ତି, ‘ଜୁନ ୨ ତାରିଖରୁ ମୋ ଝିଅ ନିଖୋଜ ଅଛି। ମୋ ଝିଅକୁ କାଶୀପୁରର ପ୍ରକାଶ କୁମାର ଜେନା ଅପହରଣ କରି ନେଇଛି। ସେ ଜଣେ ଅପରାଧୀ। ପୂର୍ବରୁ ବି ଜେଲ୍‌ ଯାଇଥିବା ବେଳେ ବେଲ୍‌ରେ ମୁକୁଳିଛି। ମୋର କେହି କିଛି କରିପାରିବେନି ବୋଲି ସେ ଖୋଲାଖୋଲି ଧମକ ଦେଉଛି। ପୁଲିସ୍‌କୁ ଲକ୍ଷେ ଟଙ୍କା ଫିଙ୍ଗି ଦେଇଛି, ଆଉ ୨ ଲକ୍ଷ ଫିଙ୍ଗି ଦେବି ବୋଲି କହୁଛି। ମୁଁ କିପରି ମୋ ଝିଅକୁ ଫେରି ପାଇବି, ବୁଦ୍ଧିବାଟ ଦିଶୁନି।’   

ଗତ ୬ ତାରିଖରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲି। ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନ ପାଇବାରୁ ଆଜି ବାଧ୍ୟ ହୋଇ ଏସପି ଅଫିସ୍ ସମ୍ମୁଖରେ ପହଞ୍ଚିଛି। ପୁଲିସ୍‌ କିଛି ଶୁଣୁନି। ମୁଁ କେତେ ଦିନ ଏପରି ମରି ମରି ବଞ୍ଚିବି? ତା’ଠୁ ଭଲ ଆଜି ମରିଯିବି। ତେଣୁ ଆଜି ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ମହିଳା ଜଣକ।

ମହିଳା ଜଣକ ଏସ୍‌ପିଙ୍କୁ ସାକ୍ଷାତ କରିବା ଜିଦ୍‌ରେ ଅଡ଼ି ବସିଛନ୍ତି। ତେବେ ଏନେଇ ପୁଲିସ୍‌ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos