ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ ଦେବାକୁ ଡାକି ନେଇ ଏମିତି କାଣ୍ଡ କଲେ

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ନିଯୁକ୍ତି କରାଇଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଏପରି ଅଭିଯୋଗ ଆଣି ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତାଙ୍କ କହିବା ଅନୁସାରେ, ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ ଦେବାକୁ କହି ସେହି ଗ୍ରାମର ବାପୁନୁ ସିଂ ନାମକ ଜଣେ ଯୁବକ ଖନ୍ତାପଡ଼ା ଅଂଚଳର ୨ ଜଣ ଯୁବକଙ୍କୁ ଆଣି ତାଙ୍କ ପାଖରେ ପହଞ୍ଚାଇଥିଲା। ଗତ ୬ ତାରିଖରେ ଏହି ଦୁଇ ଯୁବକ ତାଙ୍କୁ […]

4321

4321

Tapas Behera
  • Published: Tuesday, 12 November 2019
  • Updated: 12 November 2019, 06:25 PM IST

Sports

Latest News

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ନିଯୁକ୍ତି କରାଇଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଏପରି ଅଭିଯୋଗ ଆଣି ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତାଙ୍କ କହିବା ଅନୁସାରେ, ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ ଦେବାକୁ କହି ସେହି ଗ୍ରାମର ବାପୁନୁ ସିଂ ନାମକ ଜଣେ ଯୁବକ ଖନ୍ତାପଡ଼ା ଅଂଚଳର ୨ ଜଣ ଯୁବକଙ୍କୁ ଆଣି ତାଙ୍କ ପାଖରେ ପହଞ୍ଚାଇଥିଲା।

ଗତ ୬ ତାରିଖରେ ଏହି ଦୁଇ ଯୁବକ ତାଙ୍କୁ ଏକ ବାଇକ୍‌ରେ ବସାଇ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯିବାବେଳେ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଗାଁରେ ଏକ ବୈଠକ ମଧ୍ୟ ବସିଥିଲା ତେବେ ଦୁଇ ଅଭିଯୁକ୍ତ ନଆସିବାରୁ ଆଜି ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳାଙ୍କ ସହାୟତାରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos