ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ଅଘଟଣ ଘଟିଛି। ଗ୍ୟାସ୍‌ ନିଆଁରେ ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ। ବିଳାସିନୀ ଆଜି ଅପରାହ୍ନ ସମୟରେ ଗ୍ୟାସ୍‌ରେ ନିଜ ଘରେ ରୋଷେଇ କରୁଥିଲେ। ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗି ଯାଇଥିଲା। […]

gas

Manoranjan Sial
  • Published: Tuesday, 14 December 2021
  • , Updated: 14 December 2021, 04:17 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ଅଘଟଣ ଘଟିଛି। ଗ୍ୟାସ୍‌ ନିଆଁରେ ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ।

ବିଳାସିନୀ ଆଜି ଅପରାହ୍ନ ସମୟରେ ଗ୍ୟାସ୍‌ରେ ନିଜ ଘରେ ରୋଷେଇ କରୁଥିଲେ। ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ବିଳାସିନୀଙ୍କ ଶରୀରକୁ ବ୍ୟାପି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮  ଆମ୍ବୁଲାନ୍ସରେ ନେଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶ ପୋଡ଼ିଯାଇଛି। ବର୍ତ୍ତମାନ ବିଳାସିନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Related story