ପାଣି ପାଇଁ ଯାଇ ଭାସିଗଲେ ମହିଳା

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆଲମପାକା ଗାଁର ଜଣେ ମହିଳାଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଝିମିର ହନ୍ତାଳ। ଶନିବାର ଝିମିର ପାଣି ପାଇଁ ଗାଁ ନିକଟସ୍ଥ ଜିମରା ନାଳକୁ ଯାଇଥିଲେ। ହାଣ୍ଡିରେ ପାଣି ଭରୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ନାଳଟି ଖରସ୍ରୋତା ଥିବାରୁ ଝିମିର ନାଳରେ ଭାସି ଯାଇଥିଲେ। ସେ ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ […]

deadbody

Tapaswini Nayak
  • Published: Monday, 06 July 2020
  • , Updated: 06 July 2020, 02:54 PM IST

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆଲମପାକା ଗାଁର ଜଣେ ମହିଳାଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଝିମିର ହନ୍ତାଳ।

ଶନିବାର ଝିମିର ପାଣି ପାଇଁ ଗାଁ ନିକଟସ୍ଥ ଜିମରା ନାଳକୁ ଯାଇଥିଲେ। ହାଣ୍ଡିରେ ପାଣି ଭରୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ନାଳଟି ଖରସ୍ରୋତା ଥିବାରୁ ଝିମିର ନାଳରେ ଭାସି ଯାଇଥିଲେ। ସେ ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ। ଗତକାଲି ତାଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଥିଲା। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story