ସ୍ୱାମୀ ଆଗରେ ସ୍ତ୍ରୀ ଖାଇଲା ଗୁଳି!

ଫୁଲବାଣୀ (ତ୍ରିନାଥ ସାହୁ): ସ୍ୱାମୀ-ସ୍ତ୍ରୀ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ହେଲେ ଫେରୁଥିବା ବେଳେ ସ୍ୱାମୀ ଆଗରେ ବାଜିଲା ସ୍ତ୍ରୀ ମୁଣ୍ଡରେ ଗୁଳି। ଶିକାରୀ ଗୁଳିରେ ଆହତ ହେଲେ ମହିଳା। ଆଜି ଏପରି ଦୁର୍ଘଟଣା ଘଟିଛି ଫୁଲବାଣୀ ରଞ୍ଜାକୁମ୍ପା ଜଙ୍ଗଲରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଚନ୍ଦୁପଦର ଗାଁର ପବିତ୍ର କହଁର ଓ ତାଙ୍କ ପତ୍ନୀ ରଞ୍ଜାକୁମ୍ପା ଜଙ୍ଗଲକୁ ଜାଲେଣି କାଠ ଆଣିବାକୁ ଯାଇଥିଲେ। ଜାଳେଣି […]

Phulbani

Manoranjan Sial
  • Published: Saturday, 04 December 2021
  • , Updated: 04 December 2021, 08:59 PM IST

ଫୁଲବାଣୀ (ତ୍ରିନାଥ ସାହୁ): ସ୍ୱାମୀ-ସ୍ତ୍ରୀ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ହେଲେ ଫେରୁଥିବା ବେଳେ ସ୍ୱାମୀ ଆଗରେ ବାଜିଲା ସ୍ତ୍ରୀ ମୁଣ୍ଡରେ ଗୁଳି। ଶିକାରୀ ଗୁଳିରେ ଆହତ ହେଲେ ମହିଳା। ଆଜି ଏପରି ଦୁର୍ଘଟଣା ଘଟିଛି ଫୁଲବାଣୀ ରଞ୍ଜାକୁମ୍ପା ଜଙ୍ଗଲରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଚନ୍ଦୁପଦର ଗାଁର ପବିତ୍ର କହଁର ଓ ତାଙ୍କ ପତ୍ନୀ ରଞ୍ଜାକୁମ୍ପା ଜଙ୍ଗଲକୁ ଜାଲେଣି କାଠ ଆଣିବାକୁ ଯାଇଥିଲେ। ଜାଳେଣି କାଠ ସଂଗ୍ରହ କରି ଫେରୁଥିବା ବେଲେ ସ୍ୱାମୀ-ସ୍ତ୍ରୀ। ତେବେ ବଲସକୁମ୍ପା ଗାଁ ନିକଟରେ ଶିକାରୀ ଗୁଳି ପବିତ୍ରଙ୍କ ପତ୍ନୀଙ୍କ ମୁଣ୍ଡରେ ବାଜିଥିଲା।

ପତ୍ନୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପବିତ୍ର ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ପବିତ୍ର ଏନେଇ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଫୁଲବାଣୀ ଏସ୍‌ଡିପିଓ ମେଡ଼ିକାଲ ଯାଇ ପବିତ୍ରଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

Related story