ପୁଅର ଗାଡ଼ି ଚକା ତଳେ ଚାଲିଗଲା ମା’ର ଜୀବନ

<p>ପିପିଲି(ଓଡିଶା ରିପୋର୍ଟର): &ldquo;ରାସ୍ତା କଡ଼ରେ ମା&rsquo; ମୋର ଶୋଇଛି । ଯିଏ ଦିନେ ଘରକୁ ଆସୁ ଆସୁ ମୋ ମୁହଁ ଆଉଁସି ଦେଉଥିଲା। ତରତର ହୋଇ ଭାତ ବାଢି ଦେଉଥିଲା ସେ ମା&rsquo; ଚାଲିଗଲା। ଆଉ ତାକୁ ମାରିଦେଲି ମୁଁ ନିଜେ।&rdquo; ବାସ୍&zwnj; ଏମିତି କିଛି କଥା କହି ଛାତି ବାଡେଇ କାନ୍ଦୁଥିଲେ ଯୁବକ ଜଣକ । ସାହିପଡିଶା ଘର ଲୋକେ ସବୁ ଏକାଠି ହୋଇ ବାହୁନି ହେଉଥିଲେ। କିଏ ମୃତ ମହିଳାଙ୍କ ପାଦ ଆଉଁସି ଦେଉଥିଲା ତ କିଏ ନିରେଖି କାନ୍ଦୁଥିଲା ତାଙ୍କ ମୁହଁକୁ ଦେଖି। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା &nbsp;ପିପିଲି ବ୍ଲକ କଣ୍ଟି ପଞ୍ଚାୟତର ଅନନ୍ତପୁର ବାଲି ଉପର ସାହିରେ ।</p> <p>ପ୍ରତିଦିନ ପରି ଯୁବକ ଜଣକ ଟ୍ରକରେ ବାଲି ବୋଝେଇ କରି ଘରକୁ ଆସିଥିଲେ। ଛାଇ ଲେଉଟିଥିଲେ ବାଲି ଟ୍ରକ ଅନ୍&zwnj;ଲୋଡ୍&zwnj; ହୋଇଥାନ୍ତା। ଖାଇ ପିଇ ଶୋଇଲେ। ଦିନ ପ୍ରାୟ ୩ଟା ହେବ ନିଦ ଭାଙ୍ଗିଲା। ଆଉ ତା ପରେ ବ୍ୟକ୍ କରିବାକୁ ଷ୍ଟାର୍ଟ ହେଲା ଗାଡି। କିଏ ଜାଣିଥିଲା ଗାଡିର ଚକା କାହା ମୁଣ୍ଡ ନେବାକୁ ଛକି ବସିଛି ବୋଲି। ଏତିକି ବେଳେ ଗାଡି ଚାଳକ ଯୁବକ ଜଣଙ୍କ ମା&rsquo; ଗୋରୁ ଗୋଠ ସହ ଫେରୁଥିଲା ଘରକୁ । ହଠାତ୍&zwnj; ଗାଈ ପଘାରେ ଛନ୍ଧି ହୋଇଗଲା ଗୋଡ। ହେଲେ ଏ କଥା ଜାଣି ନ ଥିଲେ ଷ୍ଟିୟରିଂ ଧରିଥିବା ପୁଅ। ଆଉ ତାପରେ ଗାଡି ଚଢିଗଲା ମା&rsquo; ଉପରେ। ସବୁ ସରିଗଲା ସେଇଠି। ପଛରୁ କେହି ପାଟି କରିବାରୁ ଜଣାପଡିଲା ଘଟଣା। ହେଲେ ସେତେବେଳକୁ ମହିଳା ଜଣକ ପ୍ରାଣ ହରାଇ ସାରିଥିଲେ।</p>

Ordigital Desk
  • Published: Monday, 05 March 2018
  • Updated: 05 March 2018, 06:32 PM IST

Sports

Latest News

<p>ପିପିଲି(ଓଡିଶା ରିପୋର୍ଟର): &ldquo;ରାସ୍ତା କଡ଼ରେ ମା&rsquo; ମୋର ଶୋଇଛି । ଯିଏ ଦିନେ ଘରକୁ ଆସୁ ଆସୁ ମୋ ମୁହଁ ଆଉଁସି ଦେଉଥିଲା। ତରତର ହୋଇ ଭାତ ବାଢି ଦେଉଥିଲା ସେ ମା&rsquo; ଚାଲିଗଲା। ଆଉ ତାକୁ ମାରିଦେଲି ମୁଁ ନିଜେ।&rdquo; ବାସ୍&zwnj; ଏମିତି କିଛି କଥା କହି ଛାତି ବାଡେଇ କାନ୍ଦୁଥିଲେ ଯୁବକ ଜଣକ । ସାହିପଡିଶା ଘର ଲୋକେ ସବୁ ଏକାଠି ହୋଇ ବାହୁନି ହେଉଥିଲେ। କିଏ ମୃତ ମହିଳାଙ୍କ ପାଦ ଆଉଁସି ଦେଉଥିଲା ତ କିଏ ନିରେଖି କାନ୍ଦୁଥିଲା ତାଙ୍କ ମୁହଁକୁ ଦେଖି। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା &nbsp;ପିପିଲି ବ୍ଲକ କଣ୍ଟି ପଞ୍ଚାୟତର ଅନନ୍ତପୁର ବାଲି ଉପର ସାହିରେ ।</p><p>ପ୍ରତିଦିନ ପରି ଯୁବକ ଜଣକ ଟ୍ରକରେ ବାଲି ବୋଝେଇ କରି ଘରକୁ ଆସିଥିଲେ। ଛାଇ ଲେଉଟିଥିଲେ ବାଲି ଟ୍ରକ ଅନ୍&zwnj;ଲୋଡ୍&zwnj; ହୋଇଥାନ୍ତା। ଖାଇ ପିଇ ଶୋଇଲେ। ଦିନ ପ୍ରାୟ ୩ଟା ହେବ ନିଦ ଭାଙ୍ଗିଲା। ଆଉ ତା ପରେ ବ୍ୟକ୍ କରିବାକୁ ଷ୍ଟାର୍ଟ ହେଲା ଗାଡି। କିଏ ଜାଣିଥିଲା ଗାଡିର ଚକା କାହା ମୁଣ୍ଡ ନେବାକୁ ଛକି ବସିଛି ବୋଲି। ଏତିକି ବେଳେ ଗାଡି ଚାଳକ ଯୁବକ ଜଣଙ୍କ ମା&rsquo; ଗୋରୁ ଗୋଠ ସହ ଫେରୁଥିଲା ଘରକୁ । ହଠାତ୍&zwnj; ଗାଈ ପଘାରେ ଛନ୍ଧି ହୋଇଗଲା ଗୋଡ। ହେଲେ ଏ କଥା ଜାଣି ନ ଥିଲେ ଷ୍ଟିୟରିଂ ଧରିଥିବା ପୁଅ। ଆଉ ତାପରେ ଗାଡି ଚଢିଗଲା ମା&rsquo; ଉପରେ। ସବୁ ସରିଗଲା ସେଇଠି। ପଛରୁ କେହି ପାଟି କରିବାରୁ ଜଣାପଡିଲା ଘଟଣା। ହେଲେ ସେତେବେଳକୁ ମହିଳା ଜଣକ ପ୍ରାଣ ହରାଇ ସାରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos