ମୋଦିଙ୍କୁ ଭେଟିବାକୁ ଆସି ଯୁବତୀ ହଟ୍ଟହଟା: ଉଠାଇ ନେଲା ପୋଲିସ୍‌

ଭୁବନେଶ୍ୱର: ବିଜେପି କାର୍ଯ୍ୟକାରିଣୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବିପତ୍ର ଦେବାକୁ ଆସିଥିବା ଜଣେ ଯୁବତୀଙ୍କୁ ହଟ୍ଟହଟା ହେବାକୁ ପଡିଛି। ଯୁବତୀ ଜଣଙ୍କ ମୋଦିଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ତେବେ ଯୁବତୀ ଜଣଙ୍କ ଦାବିପତ୍ର ଦେବାକୁ ଅଡି ବସିବାରୁ ପୋଲିସ୍‌ ଜବରଦସ୍ତ ତାଙ୍କୁ ନେଇଯାଇଥିଲା। ପୋଲିସ ଯୁବତୀ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ନ ଦେବାରୁ କିଛି ସମୟ ପାଇଁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। […]

bjp-wonen

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 05:57 PM IST

ଭୁବନେଶ୍ୱର: ବିଜେପି କାର୍ଯ୍ୟକାରିଣୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବିପତ୍ର ଦେବାକୁ ଆସିଥିବା ଜଣେ ଯୁବତୀଙ୍କୁ ହଟ୍ଟହଟା ହେବାକୁ ପଡିଛି। ଯୁବତୀ ଜଣଙ୍କ ମୋଦିଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ତେବେ ଯୁବତୀ ଜଣଙ୍କ ଦାବିପତ୍ର ଦେବାକୁ ଅଡି ବସିବାରୁ ପୋଲିସ୍‌ ଜବରଦସ୍ତ ତାଙ୍କୁ ନେଇଯାଇଥିଲା।

ପୋଲିସ ଯୁବତୀ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ନ ଦେବାରୁ କିଛି ସମୟ ପାଇଁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ଯୁବତୀ ଜଣଙ୍କ ସୁରକ୍ଷା କର୍ମଚାରୀମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ମହିଳା ପୋଲିସ୍‌ କର୍ମଚାରୀମାନେ ତାଙ୍କୁ ପିସିଆରରେ ବସାଇ ଥାନାକୁ ନେଇଯାଇଥିଲେ।

ଯୁବତୀ ଜଣଙ୍କ ବାଲେଶ୍ୱରରରୁ ଆସିଥିବା ଜଣାପଡିଛି।

Related story