ମଦ ଦୋକାନ ଭାଙ୍ଗି ଦେଲେ ମହିଳା

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): &nbsp;ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନକୁ ମହିଳା ମାନେ ଭାଙ୍ଗିଦେଇଛି। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବା ବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତକୁ ଆୟତ୍ତ କରିଥିଲେ। ତାସହ ମହିଳାମାନଙ୍କୁ ଏକ ଅଟୋ ସାହାଯ୍ୟରେ ଥାନାକୁ ନେଇଥିଲେ। ତେବେ ଏନେଇ ପୋଲିସ କିମ୍ବା ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 02:13 PM IST

Sports

Latest News

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): &nbsp;ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନକୁ ମହିଳା ମାନେ ଭାଙ୍ଗିଦେଇଛି। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବା ବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତକୁ ଆୟତ୍ତ କରିଥିଲେ। ତାସହ ମହିଳାମାନଙ୍କୁ ଏକ ଅଟୋ ସାହାଯ୍ୟରେ ଥାନାକୁ ନେଇଥିଲେ। ତେବେ ଏନେଇ ପୋଲିସ କିମ୍ବା ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos