ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ କମିଲା ମହିଳାଙ୍କ ପ୍ରତିନିଧିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଅଷ୍ଟମଥର ବିଜେଡି ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବାସହ ଦଳର ସାଂଗଠନିକ ନିର୍ବାଚନ ଆଜି ଶେଷ ହୋଇଛି। ଏହାସହିତ ରାଜ୍ୟ କାର୍ଯ୍ୟକାରିଣୀକୁ ମଧ୍ୟ ୮୦ଜଣ ସଦସ୍ୟ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୋଲି ଦଳ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ତେବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ ଅଧିକାଂଶ ବରିଷ୍ଠ ଓ ପୁରୁଖା ନେତାଙ୍କୁ ବାଦ୍ ଦିଆଯାଇଥିବାବେଳେ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ସାଂଗଠନିକ କାର୍ଯ୍ୟରେ ଅପେକ୍ଷାକୃତ […]

BJD0

BJD0

Manoranjan Sial
  • Published: Wednesday, 26 February 2020
  • Updated: 26 February 2020, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଅଷ୍ଟମଥର ବିଜେଡି ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବାସହ ଦଳର ସାଂଗଠନିକ ନିର୍ବାଚନ ଆଜି ଶେଷ ହୋଇଛି। ଏହାସହିତ ରାଜ୍ୟ କାର୍ଯ୍ୟକାରିଣୀକୁ ମଧ୍ୟ ୮୦ଜଣ ସଦସ୍ୟ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୋଲି ଦଳ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ତେବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ ଅଧିକାଂଶ ବରିଷ୍ଠ ଓ ପୁରୁଖା ନେତାଙ୍କୁ ବାଦ୍ ଦିଆଯାଇଥିବାବେଳେ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ସାଂଗଠନିକ କାର୍ଯ୍ୟରେ ଅପେକ୍ଷାକୃତ ହ୍ରାସ ପାଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶେଷଥର ପାଇଁ ୨୦୧୬ ମସିହାରେ ହୋଇଥିବା ଦଳର ସାଂଗଠନିକ ନିର୍ବାଚନବେଳେ ମୋଟ ୧୦ଜଣ ଦଳୀୟ ନେତ୍ରୀଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିବାବେଳେ ଆଜି ଶେଷ ହୋଇଥିବା ନିର୍ବାଚନରେ ମାତ୍ର ୮ଜଣ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିଛି। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀରେ ବାସନ୍ତୀ ହେମ୍ବ୍ରମ, ଟୁକୁନି ସାହୁ, ସରୋଜିନୀ ହେମ୍ବ୍ରମ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ପ୍ରମିଳା ମଲ୍ଲିକ,ଉଷା ଦେବୀ ଓ ରାଜଶ୍ରୀ ମଲ୍ଲିକଙ୍କୁ ସାମିଲ କରାଯାଇଥିବାବେଳେ କେବଳ ଟୁକୁନି,ସରୋଜିନୀ, ପ୍ରମିଳା ଓ ଉଷା ଦେବୀଙ୍କୁ ପୁନର୍ବାର ସ୍ଥାନ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟ କାର୍ଯ୍ୟକାରିଣୀରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଦ୍ ଦିଆଯାଇଛି।

ବିଜେଡି ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରାଥମିକତା ଦେଉଥିବାବେଳେ ନିଜସ୍ୱ ସଂଗଠନରେ ମହିଳାଙ୍କ ପ୍ରତିନିଧିତ୍ୱକୁ ହ୍ରାସ କରିଛି, ଯାହାକି ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦିଓ ଦଳ ଆଗାମୀ ରାଜ୍ୟସଭା ନିର୍ବାଚନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇଛି ତଥାପି ରାଜ୍ୟ କାର୍ଯ୍ୟକାରିଣୀରେ ଗତଥର ତୁଳନାରେ ପ୍ରତିନିଧିତ୍ୱକୁ ହ୍ରାସ କରିବା ଦଳର ଦୋମୁହାଁ ସ୍ଥିତିକୁ ପଦାରେ ପକାଇଛି। ଅବଶ୍ୟ କାର୍ଯ୍ୟକାରିଣୀରେ ଯୁବବର୍ଗର ନେତାଙ୍କୁ ଅଧିକ ଗୁରୁତ୍ୱ ମିଳିଛି।

ଏସବୁ ବ୍ୟତୀତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ଅରୂପ ପଟ୍ଟନାୟକ, ମାନସ ମଙ୍ଗରାଜ, ନଳିନୀ ପ୍ରଧାନ, ମିଲନ କାନୁନଗୋଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇ ଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ମଧ୍ୟ ସ୍ଥାନ ମିଳିଛି।
ତେବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ବିମ୍ବାଧର କୁଅଁର, ଏୟୁ ସିଂହଦେଓ, ଅଶ୍ୱିନୀ ପାତ୍ର, ଭତ୍ତୃହରି ମହତାବ, ଭୂପିନ୍ଦର ସିଂ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଭାତ ବିଶ୍ୱାଳ, ପ୍ରଶାନ୍ତ ନନ୍ଦ, ପ୍ରଦୀପ ପାଣିଗ୍ରାହୀ, ଶାରଦା ନାୟକ, ଶଶୀଭୂଷଣ ବେହେରା, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କୁ କାର୍ଯ୍ୟକାରିଣୀରୁ ବାଦ୍ ଦିଆଯାଇଛି।

ରାଜ୍ୟ କାର୍ଯ୍ୟକାରିଣୀରେ ମହିଳାଙ୍କୁ ଆବଶ୍ୟକ ଗୁରୁତ୍ୱ ମିଳିନଥିବାବେଳେ ଦଳର ଯୁବ ଓ ଛାତ୍ର ସଂଗଠନରେ କେତେ ପ୍ରତିଶତ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳୁଛି ତାହା ହିଁ ବିଜେଡିର ମହିଳା ପ୍ରୀତି ଆଭିମୁଖ୍ୟର ବାସ୍ତବତାକୁ ପ୍ରମାଣିତ କରିବ ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story