ତାତିଲେ ମହିଳା: ମଦ ଭାଟି ଭାଙ୍ଗିଲେ ଓ ପୋଡ଼ିଲେ

କେନ୍ଦୁଝର: ମଦ ଭାଟି ଉଚ୍ଛେଦ ଦାବିରେ ତାତିଲେ ମହିଳା। ଗୋଟିଏ ମଦ ଭାଟି ଭାଙ୍ଗି ଦେଇଥିବା ବେଳେ ଆଉ ଗୋଟିଏକୁ ଜାଳି ଦେଇଛନ୍ତି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଜନାର୍ଦ୍ଦନପୁରରେ।

ଦୀର୍ଘ ଦିନ ହେବ ଏହି ଦୁଇଟି ଦେଶୀ ମଦଭାଟିକୁ ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନିକ ଅଧିକାରୀମାନେ କର୍ଣ୍ଣପାତ କରିନଥିଲେ।  ଶେଷରେ ମହିଳାମାନେ ଏଭଳି ପଦକ୍ଷେପ ନେଇଥିଲେ। ଆଜି ସ୍ଥାନୀୟ ମହିଳାମାନେ ଏକାଠି ହୋଇ ଦୁଇଟି ଯାକ ମକ ଦୋକାନରେ ଭଙ୍ଗାରୁଜା କରିଥିଲେ। ପରେ ଗୋଟିକରେ ନିଆଁ ଲଗାଇ ଦେଇଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୨୮ ତାରିଖରେ ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗାଁର ମହିଳାମାନେ ଦେଶୀ ମଦଭାଟିରେ ତାଲା ପକାଇ ଦେଇଥିଲେ।