ଗରିବ ଘର ଝିଅ ବୋଲି ଧକ୍କା ମାରି ବାହାର କରିଦେଲା ସ୍ୱାମୀ

ଯୌତୁକ ଏକ ସାମାଜିକ ବ୍ୟାଧି। ଏହା ନିର୍ମୂଳି ଲତା ପରି ସାମଜ ରୂପୀ ଗଛରେ ମାଡ଼ି ଚାଲିଛି। ଏହାର ଗତି ଏତେ କ୍ଷୀପ୍ର ଯେ, ଧନୀ, ଦରିଦ୍ର, ବଡ଼, ସାନ ଯିଏ ବି ଆଗରେ ପଡ଼ୁଛି ଏହାର କାୟା ତଳେ ଚାପି ହୋଇଯାଉଛି। ଏଠି ହଜି ଯାଉଛି ମାନବିକତା, ମଣିଷ ପଣିଆ, ଶିକ୍ଷା, ନୀତି ଓ ଆଦର୍ଶ। କେବଳ ଗୋଟିଏ କଥା କହୁଛି କଥା। ତାହା ହେଲା ‘ଲୋଭ’। ଏହି ଯୌତୁକ ଲୋଭ କାହାର ଜୀବନ ନେଇ […]

chandbali

chandbali

Rakesh Mallick
  • Published: Monday, 28 May 2018
  • Updated: 28 May 2018, 08:47 PM IST

Sports

Latest News

ଯୌତୁକ ଏକ ସାମାଜିକ ବ୍ୟାଧି। ଏହା ନିର୍ମୂଳି ଲତା ପରି ସାମଜ ରୂପୀ ଗଛରେ ମାଡ଼ି ଚାଲିଛି। ଏହାର ଗତି ଏତେ କ୍ଷୀପ୍ର ଯେ, ଧନୀ, ଦରିଦ୍ର, ବଡ଼, ସାନ ଯିଏ ବି ଆଗରେ ପଡ଼ୁଛି ଏହାର କାୟା ତଳେ ଚାପି ହୋଇଯାଉଛି। ଏଠି ହଜି ଯାଉଛି ମାନବିକତା, ମଣିଷ ପଣିଆ, ଶିକ୍ଷା, ନୀତି ଓ ଆଦର୍ଶ। କେବଳ ଗୋଟିଏ କଥା କହୁଛି କଥା। ତାହା ହେଲା ‘ଲୋଭ’। ଏହି ଯୌତୁକ ଲୋଭ କାହାର ଜୀବନ ନେଇ ଯାଉଛି ତ କାହାକୁ ଦାଣ୍ଡର ଭିକାରୀ ବନାଇ ଦେଉଛି।

ଚାନ୍ଦବାଲି(ବାସୁଦେବ ଦାସ): ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ। ଏକ ପ୍ରତିଷ୍ଠିତ ଘରର ବୋହୂ ମୁହଁ ଖୋଲିଛନ୍ତି। ଖାଲି ମୁହଁ ଖୋଲି ନାହାଁନ୍ତି ଗରିବ ବାପଘର ଲୋକଙ୍କ ସହ ମିଶି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଅଭିଯୋଗ ଆଣିଛନ୍ତି, ଶ୍ୱଶୁର ଘର ଲୋକ ଯୌତୁକ ଦାବିରେ ତାଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଛନ୍ତି। ଶ୍ୱଶୁର ଘର ଲୋକେ ତାଙ୍କୁ ପୁଣି ଘରକୁ ଫେରାଇ ନ ନେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

chandbaliଗରିବ ବାପର ଝିଅ ବୋଲି

ସ୍ଥାନୀୟ ବଡ଼ ବଜାରର ସୁବାସ ଜେନା ପରିବା ବିକ୍ରି କରି ପରିବାର ଚଳାନ୍ତି। ଅତ୍ୟନ୍ତ ଗରିବ। ଯାହା ଯେତିକି ରୋଜଗାର କରନ୍ତି, କୌଣସି ମତେ ଘର ଚଳେ। ତାଙ୍କ ବଡ଼ ଝିଅ ହେଉଛନ୍ତି ଗୀତାଞ୍ଜଳି। ମଧୁବାବୁ  ଛକ ନିକଟସ୍ଥ ବୀର କିଶୋର ରାଉତଙ୍କ ପୁଅ ପପୁ ରାଉତଙ୍କ ସହ ଗୀତାଙ୍କ ବାହାଘର ପ୍ରସ୍ତାବ ପଡିଥିଲା। ପପୁ ଏକ ପ୍ରତିଷ୍ଠିତ ପରିବାରର ପୁଅ। ଏତେ ବଡ଼ ଘରୁ ପ୍ରସ୍ତାବ ଆସିଥିବାରୁ ସମସ୍ତେ ଖୁସି ହୋଇଯାଇଥିଲେ। ଦେଢ ବର୍ଷ ତଳେ ବୈଦିକ ରୀତିରେ ମନ୍ଦିରରେ ଉଭୟ ପରିବାର ଦୁହିଁଙ୍କ ବିବାହ କରିଥିଲେ। ବିବାହ ସମୟରେ ସୁବାସ ଯଥା ସାଧ୍ୟ ଯୌତୁକ ଦେଇଥିଲେ। ହେଲେ ଶ୍ୱଶୁର ଘରଲୋକେ ସେତିକିରେ ଖୁସି ନଥିଲେ।

ଦିଆଯାଉଥିଲା ନିର୍ଯାତନା
ଅଧିକ ଯୌତୁକ ଆଣିବା ଦାବିରେ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “କିଛିଦିନ ତଳେ ଜେଜେ ମାଆଙ୍କୁ ଶୁଦ୍ଧି ହେବାକୁ ବାପ ଘରକୁ ଯାଇଥିଲି। ଗତକାଲି ଶ୍ୱଶୁର ଘରକୁ ଫେରିଥିଲି। ସାଙ୍ଗରେ ସାନ ଭଉଣୀ ମଧ୍ୟ ଆସିଥିଲା। ଘରେ ପହଞ୍ଚିବା ପରେ ଉଭୟଙ୍କୁ ଶ୍ୱଶୁର ଘର ଲୋକେ ଧକ୍କା ମାରି ବାହାର କରିଦେଇଥିଲେ। ଏପରିକି ପପୁ ମୋତେ ମାଡ଼ ମାରିଲେ।”

ସେ କହିଛନ୍ତି, “ଶ୍ୱଶୁର ଘର ଲୋକେ କହିଥିଲେ, ଖାଲି ହାତରେ ଆସିଛୁ। ଆମେ ବଡ଼ ଘରର ଲୋକ। ଅନ୍ୟ ସ୍ଥାନରେ ବିବାହ କରିଥିଲେ କେତେ କ’ଣ ପାଇଥାନ୍ତୁ। ତୁ କ’ଣ ନେଇ ଆସିଛୁ କହି ବାହାର କରିଦେବା ସହ ଗେଟ୍‌ରେ ତାଲା ପକାଇ ଦେଇଥିଲେ।”

ଏବେ ଗୀତାଞ୍ଜଳି ତାଙ୍କ ବାପଘର ଲୋକଙ୍କ ସହ ମିଶି ସ୍ୱାମୀଙ୍କ ଗେଟ୍‌ ଆଗରେ ଧାରଣାରେ ବସିଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଖବର ପାଇ ପୋଲିସ୍‌ ଘଟଣା ସ୍ଥଳକୁ ଆସି ସ୍ଥିତି ଯାଞ୍ଚ କରି ଯାଇଛି।

chandbaliପ୍ରଥମ ପତ୍ନୀ କରିଥିଲେ ଆତ୍ମହତ୍ୟ, ଗୀତା ଏବେ ରାସ୍ତାରେ

ସୂଚନାଯୋଗ୍ୟ, ଗୀତାଞ୍ଜଳି ହେଉଛନ୍ତି ପପୁଙ୍କ ଦ୍ୱିତୀୟ ପତ୍ନୀ। ତାଙ୍କ ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବା ପରେ ସେ ଗୀତାଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବା ଓ ଗୀତା ପରିବାର ଲୋକଙ୍କ ସହ ଧାରଣାରେ ବସିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଯାହାକୁ ନେଇ ସେଠାରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେବାରେ ଲାଗିଛି।

ଅନ୍ୟ ପକ୍ଷରେ ଏହାକୁ ନେଇ ପପୁଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଯୌତୁକ ପରି ଏକ ଅଳଙ୍କିତ ପ୍ରଥାକୁ ରୋକିବାକୁ ଶକ୍ତ ଆଇନ ହୋଇଛି। ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ହେଲେ ସବୁ ଚାଲିଛି ଉପର ଠାଉରିଆ ଭାବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story