ବିଶ୍ୱ ପରିବେଶ ଦିବସରେ ଜେଏସପିଏଲ୍ ପକ୍ଷରୁ ମିନି ମାରାଥନ୍ ଏବଂ ବୃକ୍ଷରୋପଣ

ବଡବିଲ (ଓଡ଼ିଶା ରିପୋର୍ଟର): ପରିବେଶ ପ୍ରତି ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ବଡବିଲ ପକ୍ଷରୁ ମଂଗଳବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ବୃକ୍ଷରୋପଣ ଏବଂ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା। ଯେଉଁଥିରେ କମ୍ପାନୀର ୨୦୦ କର୍ମଚାରୀ, ମହିଳା ଏବଂ ବିଶେଷ କରି ପିଲାମାନେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବରେ ଜେଏସପିଏଲ ବଡବିଲ ୟୁନିଟ୍ ମୁଖ୍ୟ ଶ୍ରୀ ସୁରେଶା ଜି […]

IMG_7212

IMG_7212

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 10:02 PM IST

Sports

Latest News

ବଡବିଲ (ଓଡ଼ିଶା ରିପୋର୍ଟର): ପରିବେଶ ପ୍ରତି ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ବଡବିଲ ପକ୍ଷରୁ ମଂଗଳବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ବୃକ୍ଷରୋପଣ ଏବଂ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା। ଯେଉଁଥିରେ କମ୍ପାନୀର ୨୦୦ କର୍ମଚାରୀ, ମହିଳା ଏବଂ ବିଶେଷ କରି ପିଲାମାନେ ଅଂଶଗ୍ରହଣ କରିଥିଲେ।

ଏହି ଉତ୍ସବରେ ଜେଏସପିଏଲ ବଡବିଲ ୟୁନିଟ୍ ମୁଖ୍ୟ ଶ୍ରୀ ସୁରେଶା ଜି ଏବଂ ଅନ୍ୟ କର୍ମଚାରୀ ମାନେ ପ୍ଲାଣ୍ଟ ପରିସରରେ ବିଭିନ୍ନ କିସମର ପ୍ରାୟ ୫୦୦ ଚାରା ରୋପଣ କରିଥିଲେ। ଯାହାକି ଉପସ୍ଥିତ ପିଲାମାନଙ୍କୁ ଉତ୍ସାହିତ କରିଥିଲା।

ନିଜ ସଂଭାଷଣରେ ଶ୍ରୀ ସୁରେଶା କହିଲେ, “ପ୍ଲାଣ୍ଟ ଏବଂ ଏହାର ଆଖପାଖରେ ଥିବା ଗାଁ ଗୁଡିକୁ ପରିଷ୍କାର ଏବଂ ସବୁଜିମାଭରା ରଖିବା ପାଇଁ ଜେଏସପିଏଲ ପ୍ରତିଶ୍ରୁତିବଦ୍ଧ। ସ୍ଥାନୀୟ ବାସିନ୍ଦା, ଯେଉଁମାନେ ଜଂଗଲ ସୁରକ୍ଷା ପାଇଁ ବିଶେଷ ସଚେତନ ସେମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରାଇବା ଜରୁରୀ। ସେମାନେ ହିଁ ଭବିଷ୍ୟତରେ ପରିବେଶ ରକ୍ଷକ ଭାବେ କାମ କରିପାରିବେ"। ପିଲାମାନଙ୍କ ମଧ୍ୟରେ ଥିବା ଅଦମ୍ୟ ସାହସ ଏବଂ ଶକ୍ତି ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟ କରିବାରେ ଆଗେଇ ନେଇଥାଏ ଏବଂ ବହୁ ଲୋକଙ୍କ ପାଇଁ ସେମାନେ ପ୍ରେରଣାର ଉତ୍ସ ମଧ୍ୟ ହୋଇଥାନ୍ତି। ଶ୍ରୀ ସୁରେଶା ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାରକୁ କମ୍ କରିବା ପାଇଁ ଆୱାନ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ “ବିଟ୍ ପ୍ପ୍ଲାଷ୍ଟିକ୍ ପଲ୍ୟୁସନ୍” ବିଷୟ ଆଧାରରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ପ୍ରାୟ ୭୦ ଜଣ କୃତି କର୍ମଚାରୀ ଏବଂ ପିଲାମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା।ଜେଏସ୍‌ପିଏଲ୍ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ପରିପ୍ରେକ୍ଷୀରେ ତାଙ୍କ ବାର୍ତାରେ କହିଲେ, “ଗ୍ରାମୀଣ ମହିଳା ମାନଙ୍କ ଦ୍ୱାରା ଝୋଟୋ ତଥା ଅଖାରୁ ପ୍ରସ୍ତୁତ ବ୍ୟାଗ ତିଆରି କରିବା ଦ୍ୱାରା ଜେଏସ୍ ପିଏଲ୍ ଫାଉଣ୍ଡେସନର ଜିରୋ-ପଲିଥିନ୍ର ପ୍ରୟାସ ସାଧିତ ହୋଇ ପାରିଛି ”।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏକଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ (ଏଫ୍ ଏଣ୍ଡ୍ ଏ) ଶ୍ରୀ ସୁଶିଲ୍ କୁମାର ଅଗ୍ରୱIଲ, ଭାଇସ୍ ପ୍ରେସିଡେଣ୍ଟ (ମାନବ ସମ୍ବଳ) ଶ୍ରୀ ବି ବି ପ୍ରଧାନ, ଭାଇସ୍ ପ୍ରେସିଡେଣ୍ଟ (ପି ଏଣ୍ଡ୍ ଏସ୍) ଶ୍ରୀ ଭି ସି ଏସ୍ ରାଓ ଏବଂ ଶ୍ରୀ ଶୁଭେନ୍ଦୁ କୁମାର ଦାଶ (ଇଏମ୍‌ଡି) ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos