ଆଜି ବିଶ୍ୱ ଜଳଦିବସ: ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଜଣାଇଲେ ଶିଳ୍ପୀ ମାନସ ସାହୁ

ପୁରୀ( ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ଜଳ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ ବାଲୁକାକଳା ନିର୍ମାଣ କରିଛନ୍ତି। ବାଲୁକାକଳା ମାଧ୍ୟମରେ ସେ LIFE FLOWS IN EACH DROP OF WATER & SAVE WATER ର ବାର୍ତ୍ତା ଦେଇଛନ୍ତି।

ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟି ଅସମ୍ଭବ। ଏହି ଉପଲକ୍ଷେ ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୨ରେ WORLD WATER DAY ପାଳନ କରାଯାଉଛି।  ବିଶ୍ୱବାସୀଙ୍କୁ ଜଳର ଆବଶ୍ୟକତା ଜଳ ପ୍ରଦୂଷଣ ବାବଦରେ ଅବଗତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।