ପାଣିରେ ପଡ଼ିଲା ସରକାରଙ୍କ ୨୦ ଲକ୍ଷ ଟଙ୍କା

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର) ପାଣିରେ ପଡ଼ିଲା ସରକାରଙ୍କ ୨୦ ଲକ୍ଷ ଟଙ୍କା । ୩ ବର୍ଷ ଗଲାନି ବର୍ଷାରେ ଭାସିଗଲା ନାଳ । ଆଉ ଏବେ ହନ୍ତସନ୍ତ ହେଉଛନ୍ତି ୩ଟି ଗାଁର ବାସିନ୍ଦା । ଢେଙ୍କାନାଳ ଭୁବନ ବ୍ଲକ ଦୟଣାବିଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୩ ମାସ ତଳେ ଲଗାଣ ବର୍ଷାରେ କହ୍ନେଇପାଳ-ଛାଟିଆସାହି ରାସ୍ତାର କୁରେଇଜଳା ପୋଲ ଭାସିଯିବା ଫଳରେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଦୟଣାବିଲି ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ […]

Road

Road

Tapas Behera
  • Published: Tuesday, 08 December 2020
  • Updated: 08 December 2020, 03:56 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର) ପାଣିରେ ପଡ଼ିଲା ସରକାରଙ୍କ ୨୦ ଲକ୍ଷ ଟଙ୍କା । ୩ ବର୍ଷ ଗଲାନି ବର୍ଷାରେ ଭାସିଗଲା ନାଳ । ଆଉ ଏବେ ହନ୍ତସନ୍ତ ହେଉଛନ୍ତି ୩ଟି ଗାଁର ବାସିନ୍ଦା । ଢେଙ୍କାନାଳ ଭୁବନ ବ୍ଲକ ଦୟଣାବିଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୩ ମାସ ତଳେ ଲଗାଣ ବର୍ଷାରେ କହ୍ନେଇପାଳ-ଛାଟିଆସାହି ରାସ୍ତାର କୁରେଇଜଳା ପୋଲ ଭାସିଯିବା ଫଳରେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଦୟଣାବିଲି ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ ଗାଁର ଛାଟିଆସାହି, ଝରଣସାହି ଓ ଥୋରିଆଛନ୍ଦା ବସ୍ତି ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପୋଲ ଭାସିଯିବା ଫଳରେ ଗ୍ରାମବାସୀମାନେ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ଅଛନ୍ତି । ପୋଲ ଭାସିବାର ୩ ମାସ ପରେ ବି ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଏ ନେଇ ପ୍ରାଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ସଂପର୍କରେ ଜଣାଯାଇଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos