ଭୁଲ ଗ୍ରୁପ ରକ୍ତ ନେଇଗଲା ୨ ଜୀବନ, ୩ କର୍ମଚାରୀ ବଦଳି

କେନ୍ଦୁଝର(ପ୍ରଣୟ କୁମାର ପାଣି): ଭୁଲ୍ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ଜୀବନ ଚାଲି ଯାଇଛି। କେନ୍ଦୁଝର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଘଟିଥିବା ଏହି ଘଟଣାରେ ତଦନ୍ତ ପରେ ସତ୍ୟାସତ୍ୟ ଧରାପଡ଼ିଛି। ଘଟଣାରେ ସମ୍ପୃକ୍ତ ବ୍ଲଡ୍ ବ୍ୟାଙ୍କରେ କାର୍ଯ୍ୟରତ ୨ ଟେକ୍ନିସିଆନ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଦଳି କରିଛନ୍ତି ସିଡିଏମ୍ଓ। ଏଥିରୁ ରୋଗୀଙ୍କ ପ୍ରାଣ ଯିବାରେ ଏହି କର୍ମଚାରୀଙ୍କ ହାତ ଥିବା ଜଳଜଳ ପ୍ରମାଣିତ ହୋଇଛି। ମୃତ ଦୁଇ ବ୍ୟକ୍ତି ହେଲେ […]

Grivance

  • Published: Tuesday, 31 May 2022
  • , Updated: 31 May 2022, 08:59 PM IST

କେନ୍ଦୁଝର(ପ୍ରଣୟ କୁମାର ପାଣି): ଭୁଲ୍ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ଜୀବନ ଚାଲି ଯାଇଛି। କେନ୍ଦୁଝର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଘଟିଥିବା ଏହି ଘଟଣାରେ ତଦନ୍ତ ପରେ ସତ୍ୟାସତ୍ୟ ଧରାପଡ଼ିଛି। ଘଟଣାରେ ସମ୍ପୃକ୍ତ ବ୍ଲଡ୍ ବ୍ୟାଙ୍କରେ କାର୍ଯ୍ୟରତ ୨ ଟେକ୍ନିସିଆନ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଦଳି କରିଛନ୍ତି ସିଡିଏମ୍ଓ। ଏଥିରୁ ରୋଗୀଙ୍କ ପ୍ରାଣ ଯିବାରେ ଏହି କର୍ମଚାରୀଙ୍କ ହାତ ଥିବା ଜଳଜଳ ପ୍ରମାଣିତ ହୋଇଛି। ମୃତ ଦୁଇ ବ୍ୟକ୍ତି ହେଲେ ସଦର ବ୍ଲକ କଣ୍ଡରାପଶି ଗ୍ରାମର ଦାମ ମୁଣ୍ଡା ଓ ସଦର ବ୍ଲକ ରାଇସୁଆଁ ସାହିର ରୟା ସାହୁଙ୍କ ଝିଅ ସୁନି ସାହୁ।

ଆଜି ମୃତ ରୋଗୀଙ୍କ ପରିବାର ଲୋକେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଭୁଲ୍ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ଜୀବନ ଚାଲି ଯାଇଛି ବୋଲି ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ କରିଥିଲେ। ଯାହା ପରେ ଜିଲ୍ଲା ସରକାରୀ ଡାକ୍ତରଖାନା ସ୍ୱାସ୍ଥ୍ୟସେବାର ଗୁରୁତର ତ୍ରୁଟି ପଦାରେ ପଡ଼ିଥିଲା। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁଜାତା ରାଣୀ ମିଶ୍ର ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହି ତଦନ୍ତ ଆରମ୍ଭ କରିଥିଲେ। ରିପୋର୍ଟ ପାଇବା ପରେ ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଅଭିଯୋଗ ମୁତାବକ, ଦାମ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଗତ ମାର୍ଚ୍ଚ ୨୯ତାରିଖରେ ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ଭେଷଜ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ରକ୍ତ ଅଭାବ ହେବାରୁ ରକ୍ତ ବର୍ଗୀକରଣ କରାଯାଇ ଏ’ ପଜିଟିଭ ରକ୍ତ ଆଣିବାକୁ ଟିକେଟରେ ଉଲ୍ଲେଖ କରାଯାଇଥିଲା । ତେବେ ଜିଲା ରକ୍ତ ଭଣ୍ଡାରରୁ ତାଙ୍କୁ ଏ’ ପଜିଟିଭ ବଦଳରେ ବି’ ପଜିଟିଭ ରକ୍ତ ପ୍ରଦାନ କରାଯାଇଥିଲା। ଭୁଲ ରକ୍ତ ଦିଆଯାଉଥିବା ଅଭିଯୋଗ ପରେ ଏହାକୁ ଖୋଲି ରକ୍ତ ଭଣ୍ଡାରକୁ ଆଣାଯାଇଥିଲା। ପୁଣିଥରେ ଏ’ ପଜିଟିଭ ରକ୍ତ ତାହା ପରଦିନ ଦିଆଯାଥିଲା। ଏହାକୁ ନେବାପରେ ମେ’ ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଦାମଙ୍କ ପୁଅ ଅଜିତ ଏନେଇ ଅଭିଯୋଗ କରିଛନ୍ତି।

ଏତିକିରେ ସୀମିତ ନଥିଲା ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦାୟିତ୍ୱହୀନତା। ମୁନି ସାହୁଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟଣା ଘଟିଛି। କିଛିଦିନ ପୂର୍ବରୁ ଅସୁସ୍ଥ ହେବାରୁ ତାଙ୍କୁ ଗତ ୧୩ ତାରିଖରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁନିଙ୍କୁ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କ ପାଇଁ ରକ୍ତ ଯୋଗାଡ଼ କରାଯାଇଥିଲା। ସୁନିଙ୍କୁ ୨ ୟୁନିଟ୍ ବି ପଜିଟିଭ ରକ୍ତ ଦିଆଯାଇଥିଲା। ଏହାସତ୍ତ୍ୱେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତର ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ତୁରନ୍ତ ତାଙ୍କ ରକ୍ତ ନମୁନା କଟକ ରକ୍ତଭଣ୍ଡାରକୁ ନିଆଯାଇଥିଲା। ପରେ ଜଣାପଡ଼ିଲା ଯେ ତାଙ୍କର ବ୍ଲଡ ଗ୍ରୁପ ଏବି’ ପଜିଟିଭ। ସେଠାରେ ଦୁଇ ୟୁନିଟ ଏବି’ ପଜିଟିଭ ରକ୍ତ ଦିଆଯାଇଥିଲା। ରକ୍ତ ଦେବାପରେ ସେ ଟିକିଏ ସୁସ୍ଥ ହୋଇଥିଲେ। ହେଲେ  ଭୁଲ ରକ୍ତ ଦେଇଥିବା ପାଇଁ ତାଙ୍କ ଭାଇଙ୍କୁ କଟକରେ ଡାକ୍ତର ବହୁତ ତାଗିଦ କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ୨୯ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁନିଙ୍କୁ ଭୁଲ ଗ୍ରୁପର ରକ୍ତ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ବଡ଼ଭାଇ କେନ୍ଦୁଝର ସିଡିଏମ୍ଓ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏନେଇ ରକ୍ତଦାତା ସ୍ୱଚ୍ଛାସେବୀ ଆକାଶ ରାଜ ଓ ଅନ୍ୟକିଛି ବୁଦ୍ଧିଜୀବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରକ୍ତଭଣ୍ଡାର କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଅଶାଳୀନ ବ୍ୟବହାର ବଢ଼ି ଚାଲିଥିବା ଅଭିଯୋଗ ମଧ୍ୟ କହିଥିଲେ।

Related story